Get Updates
Get notified of breaking news, exclusive insights, and must-see stories!

ଆୟତକୁ ଆସିଲା ପୁରୀ ମାର୍କେଟ୍ କମ୍ପ୍ଲେକ୍ସ ନିଆଁ, ଜଳିଗଲା 7 କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି

ଗତକାଲି ପୁରୀର ଏକ ମାର୍କେଟ୍ କମ୍ପ୍ଲେକ୍ସରେ ଲାଗିଥିବା ନିଆଁ ଆୟତକୁ ଆସିଛି । ଅଗ୍ନିଶମ ବିଭାଗର 150 ରୁ ଅଧିକ କର୍ମଚାରୀଙ୍କ ପ୍ରାୟ 20 ଘଣ୍ଟାର ପରିଶ୍ରମ ପରେ ଶେଷରେ ନିଆଁକୁ ନିୟନ୍ତ୍ରଣ କରାଯାଇଛି ।

puri fire mishap

ପୁରୀ: ଗତକାଲି ପୁରୀର ଏକ ମାର୍କେଟ୍ କମ୍ପ୍ଲେକ୍ସରେ ଲାଗିଥିବା ନିଆଁ ଆୟତକୁ ଆସିଛି । ଅଗ୍ନିଶମ ବିଭାଗର 150 ରୁ ଅଧିକ କର୍ମଚାରୀଙ୍କ ପ୍ରାୟ 20 ଘଣ୍ଟାର ପରିଶ୍ରମ ପରେ ଶେଷରେ ନିଆଁକୁ ନିୟନ୍ତ୍ରଣ କରାଯାଇଛି । ତଥାପି ନିଆଁକୁ ସମ୍ପୂର୍ଣ୍ଣ ଲିଭାଇବା ପାଇଁ ଜାରି ରହିଛି ଉଦ୍ୟମ । ଏହି ଭୟଙ୍କର ଅଗ୍ନିକାଣ୍ଡରେ 7 କୋଟିର ଅଧିକ ମୂଲ୍ୟର ସମ୍ପତ୍ତି ଜଳିପୋଡ଼ି ଛାକଖାର୍ ହୋଇଯାଇଛି ।

ଗତକାଲି ରାତି ପ୍ରାୟ 8 ଟା ସମୟରେ ପୁରୀ ମରୀଚିକୋଟରେ ଥିବା ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସର ତଳ ମହଲାରେ ଲାଗିଥିଲା ନିଆଁ । ଏକ ଗାରମେଣ୍ଟ ଦୋକାନରେ ପ୍ରଥମେ ନିଆଁ ଲାଗିଥିଲା । କିଛି ସମୟ ମଧ୍ୟରେ ଦୋକାନରୁ ଦୋକାନ ନିଆଁ ବ୍ୟାପିଯାଇଥିଲା । ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଥମେ 3 ଟି ଅଗ୍ନିଶମ ବାହିନୀ ଗାଡ଼ି ନିୟୋଜିତ ହୋଇଥିଲେ । ପରେ ନିଆଁର ଭଂବହତାକୁ ଦେଖି ଅଧିକ ସଂଖ୍ୟକ ଦମକଳ ଗାଡ଼ି ଓ କର୍ମଚାରୀ ନିୟୋଜିତ ହୋଇଥିଲେ । ସ୍ଥିତି ଜଟିଳ ହେବାରୁ 5 ଟି ଟିମରେ ବିଭକ୍ତ ହୋଇଥିଲା ଅଗ୍ନିଶମ ବାହିନୀ । ଗୋଟିଏ ଟିମ୍ ପ୍ରଥମ ମହଲା, ଅନ୍ୟ 2 ଟିମ୍ ତଳ ମହଲାରେ ନିୟୋଜିତ ହୋଇଥିଲେ । ସେହିପରି ଆଉ 2 ଟିମ୍ ମାର୍କେଟ କମ୍ପ୍ଲେକ୍ସ ବାହାର ପାର୍ଶ୍ୱରେ ପାରା ମିଟର ପ୍ରସ୍ତୁତ କରି ନିଆଁକୁ ଅଧିକ ନବ୍ୟାପିବା ନେଇ ସଜାଗ ରହିଥିଲେ । କିଛି ଅଗ୍ନିଶମ କର୍ମଚାରୀ ଅକ୍ସିଜେନ ନେଇ ଭିତରକୁ ପଶିଥିଲେ ।

ରାତି 12 ଟା ପରେ ସାମାନ୍ୟ ନିୟନ୍ତ୍ରଣକୁ ଆସିଥିଲା ସ୍ଥିତି । କିନ୍ତୁ ଅନେକ ଦୋକାନ ବନ୍ଦ ଥିବାରୁ ନିଆଁ ଲିଭାଇବା ସଂପୂର୍ଣ୍ଣ ସମ୍ଭବପର ହୋଇନଥିଲା । ତେଣୁ ଅଗ୍ନିଶମ ବାହିନୀର କର୍ମଚାରୀ କଟର ମାଧ୍ୟମରେ ଦୋକାନ ସଟର କାଟି ନିଆଁ ଲିଭାଇବାକୁ ରାତି ତମାମ ପ୍ରୟାସ କରିଥିଲେ । ଆଜି ଭୋରରୁ ଭୁବନେଶ୍ୱର, ତଥା ଅନ୍ୟ ସ୍ଥାନରୁ ନିୟୋଜିତ ହୋଇଥିଲେ ଅଗ୍ନିଶମ ବିଭାଗର ଅଧିକ ଫୋର୍ସ । ଓଡ୍ରାଫର ସ୍ୱତନ୍ତ୍ର ଟିମ୍ ସାଙ୍ଗକୁ NFSC ସଦସ୍ୟ ମଧ୍ୟ ସାମିଲ ହୋଇଥିଲେ । ହେଲେ ଅଚାନକ ତଳ ମହଲାରୁ ନିଆଁ ପ୍ରଥମ ଓ ଦ୍ୱିତୀୟ ମହଲାକୁ ବ୍ୟାପିଥିଲା । ଯାହାକି ଭୟଙ୍କର ରୂପ ନେଇଥିଲା । ବରିଷ୍ଠ ଅଧିକାରୀଙ୍କ ପରାମର୍ଶ କ୍ରମେ ସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରସ୍ତୁତ ହୋଇଥିଲା ପ୍ଲାନ୍ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+