ଥମୁନି NAC ଦାବି, ଆଜି ବି ବିଭିନ୍ନ ସ୍ଥାନରେ ବନ୍ଦ ଡାକରା
ଭୁବନେଶ୍ୱର: ଥମୁନି ଏନ୍ଏସି ଗଠନ ଦାବି । ରାଜ୍ୟରେ ବିଭିନ୍ନ ସ୍ଥାନରେ NAC ଦାବି ଉଠୁଛି । ଏହା ସହ ଦାବି ପୂରଣ ପାଇଁ ବନ୍ଦ ପାଳନ ମଧ୍ୟ କରାଯାଉଛି । ଏହି କ୍ରମରେ ଆଜି 12 ଘଣ୍ଟିଆ ବାମରା ବନ୍ଦ ଡାକରା ଦିଆଯାଇଛି । ବାମରାକୁ ଏନ୍ଏସି ମାନ୍ୟତା ସହ ରେଳ ରହଣୀର ସମସ୍ୟାକୁ ସମାଧାନ କରିବାକୁ ନେଇ ବନ୍ଦ ଡାକରା ଦେଇଛି ବାମରା ନାଗରିକ କମିଟି ।

ଏହି 12 ଘଣ୍ଟିଆ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ରାସ୍ତା ଘାଟ ଶୁନ୍ଶାନ୍ ସହ ଦୋକାନ ବଜାର ବନ୍ଦ ରହିଛି । ହେଲେ ଜରୁରୀକାଳୀନ ସେବାକୁ ଏହି ବନ୍ଦ ଡାକରାକୁ ବାଦ୍ ଦିଆଯାଇଛି । ସେହିପରି ସମସ୍ତ ସରକାରୀ-ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି । ପରୀକ୍ଷାର୍ଥୀଙ୍କ ପାଇଁ କଟକଣା କୋହଳ କରାଯାଇଛି ।
ସେହିପରି NAC ଦାବିରେ ବାଲେଶ୍ୱର ଜିଲ୍ଲା ଖଇରାରେ ବନ୍ଦ ପାଳନ କରାଯାଇଛି । ସ୍ୱାଭିମାନ ମଞ୍ଚ ଓ ଖଇରା ବିଜେପି ପକ୍ଷରୁ ବନ୍ଦ ପାଳନ କରାଯାଉଛି । ଖଇରାକୁ ଏନଏସି ପାଇଁ ଅନେକ ଦିନ ହେବ ଦାବି ହୋଇଆସୁଥିଲା l ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର କିଛି ଅଞ୍ଚଳକୁ ଏନଏସି ଘୋଷଣା କରିବା ପରେ ଖଇରାକୁ ମଧ୍ୟ ଏନଏସି ଘୋଷଣା ପାଇଁ ଦାବି ଜୋର୍ ଧରିଛି ।












Click it and Unblock the Notifications