ଲକ୍ଷ୍ମୀ ଯୋଜନାକୁ ବିରୋଧ; ଘରୋଇ ବସ୍ ଚଳାଚଳ ବନ୍ଦ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ 'ଲକ୍ଷ୍ମୀ'ଯୋଜନାକୁ ବିରୋଧ କରୁଛି ଘରୋଇ ବସ୍ ମାଲିକ ସଂଘ । ଏ ନେଇ ଆଜି ଅବିଭକ୍ତ କୋରାପୁଟ ଜିଲ୍ଲାରେ ଘରୋଇ ବସ ଚଳାଚଳ ବନ୍ଦ ରହିବ । ମାଲକାନଗିରି ଜିଲ୍ଲା ଘରୋଇ ବସ ମାଲିକ ସଂଘ ଏହି ଯୋଜନାକୁ ସମର୍ଥନ କରୁଥିବା ବେଳେ ବନ୍ଦରେ ସାମିଲ ହେବ ବୋଲି ଘୋଷଣା କରିଛି ।

ମାଲକାନଗିରି ସମେତ କୋରାପୁଟ, ନବରଙ୍ଗପୁର, ରାୟଗଡା ଜିଲ୍ଲାରେ ସମସ୍ତ ଘରୋଇ ବସ ଚଳାଚଳ ବନ୍ଦ ରହିବା ନେଇ ସୂଚନାଦେଇଛି ମାଲକାନଗିରି ଘରୋଇ ବସ ମାଲିକ ସଂଘ ।
ବାହାର ଜିଲ୍ଲାରୁ କୌଣସି ବେସରକାରୀ ବସକୋରାପୁଟ, ମାଲକାନଗିରି, ଜୟପୁର ଓ ନବରଙ୍ଗପୁରକୁ ଆସିବ ନାହିଁ । 'ଲକ୍ଷ୍ମୀ'ଯୋଜନା କୁ ବିରୋଧ କରି ଘରୋଇ ବସ ମାଲିକ ସଂଘ ଆସନ୍ତା 10 ତାରିଖରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଧର୍ମଘଟ ଡାକରା ଦେଇଛି ।
ଗୁରବାର ପରିବହନ କମିଶନର ବସ ମାଲିକଙ୍କୁ ଡାକି ଆଲୋଚନା କରିଥିଲେ ବି ବସ ମାଲିକ ଆନ୍ଦୋଳନ କରିବା ଜିଦରେ ଅଟଳ ଅଛନ୍ତି । ଘରୋଇ ବସ ମାଲିକଙ୍କ କହିବା ଅନୁସାରେ, ନୂଆ ବସ ଅଣାନଯାଇ ଘରୋଇ ବସକୁ 'ଲକ୍ଷ୍ମୀ' ଯୋଜନାରେ ଲିଜରେ ନେଇ ସରକାର ଚଳାନ୍ତୁ ।












Click it and Unblock the Notifications