ଆସନ୍ତାକାଲି ଠୁ ବିଧାନସଭା ଆଗରେ ଧାରଣା ଦେବେ ଘରୋଇ ବସ୍ ମାଲିକ ସଂଘ
ଭୁବନେଶ୍ୱର: ଆସନ୍ତାକାଲି ଠୁ ବିଧାନସଭା ଆଗରେ ଧାରଣା ଦେବେ ଘରୋଇ ବସ୍ ମାଲିକ ସଂଘ । ପୂର୍ବ ନିଷ୍ପତ୍ତି ଅନୁସାରେ ଓଡ଼ିଶା ଘରୋଇ ବସ୍ ମାଲିକ ସଙ୍ଘ (ଓପିବିଓଏ) ନଭେମ୍ବର 22 ତାରିଖରେ ଭୁବନେଶ୍ୱରରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ । ପ୍ରାୟ 1000 ଜଣ ସଦସ୍ୟ ଏହି ବିକ୍ଷୋଭରେ ସାମିଲ ହେବେ ।

ଏନେଇ ଓପିବିଓଏ ପକ୍ଷରୁ କୁହାଯାଇଛି । ଏହାର ଜଣେ ସଦସ୍ୟ କହିଛନ୍ତି, "ଆମେ ବୁଧବାର ବିଧାନସଭା ସମ୍ମୁଖରେ ଧାରଣା ଦେବା ସହ ଆମର ଦାବି ଉପସ୍ଥାପନ କରି ସରକାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବୁ ।
ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରି ଏହି ବିକ୍ଷୋଭ କରିବ ଘରୋଇ ବସ୍ ମାଲିକ ସଂଘ । ଏହା ପୂର୍ହରୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବିରୋଧରେ ସ୍ୱର ଉତ୍ତୋଳନ କରିବା ପାଇଁ ଓପିବିଓଏ ପ୍ରଥମେ ନଭେମ୍ବର 8ରେ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେଇଥିଲା । ଜିଲ୍ଲା ମୁଖ୍ୟାଳୟକୁ ବାଦ୍ ଦେଲେ କେବଳ ଗ୍ରାମ ପଞ୍ଚାୟତ ଓ ବ୍ଲକ୍ ମୁଖ୍ୟାଳୟ ମଧ୍ୟରେ ଲକ୍ଷ୍ମୀ ବସ୍ ଚଳାଚଳ କରିବାକୁ ସଙ୍ଘ ଦାବି କରିଛି । ଏହାବ୍ୟତୀତ ପଞ୍ଚାୟତ ଓ ବ୍ଲକ୍ ମଧ୍ୟରେ ସରକାରଙ୍କ ବସ୍ ଚଳାଚଳ ଯୋଗୁଁ ରାଜସ୍ୱ କ୍ଷତି ପାଇଁ କ୍ଷତିପୂରଣ ମାଗୁଛନ୍ତି ।
ସରକାର ପ୍ରତି କିଲୋମିଟର ପିଛା 76 ଟଙ୍କା ସବସିଡିରେ ଲକ୍ଷ୍ମୀ ବସ୍ ଯୋଗାଇ ଦେଉଛନ୍ତି । ଆମେ ପ୍ରତି କିଲୋମିଟର ପିଛା 50 ଟଙ୍କା ସବସିଡି ଦାବି କରିଛୁ, ଯାହାଫଳରେ ଆମେ ପ୍ରତି ଯାତ୍ରୀ ପିଛା 10 ଟଙ୍କା ଭଡ଼ାରେ ଆମର ସେବା ପ୍ରଦାନ କରିପାରିବା ଏବଂ କୁପନ ମାଧ୍ୟମରେ ମହିଳାଙ୍କୁ ମାଗଣା ଯାତ୍ରାର ସୁବିଧା ପ୍ରଦାନ କରିପାରିବା । ବିକଳ୍ପ ଭାବେ ସରକାର ସମସ୍ତ ବସରେ ସମାନ ଭଡା ଲାଗୁ କରିବା ସହ ସମାନ ସୁଯୋଗ ସୃଷ୍ଟି କରନ୍ତୁ ବୋଲି ଓପିବିଓଏ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ।
-
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଲେ ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଳା, ଅଭିଯୁକ୍ତ ଗିରଫ -
ଅମାନିଆ ଗାଡ଼ି ଚାଳକ ସାବଧାନ, ମାର୍ଚ୍ଚ ୨୧ରୁ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ -
ଅନାସ୍ଥା ଖାରଜ ପରେ ସଂସଦକୁ ସମ୍ବୋଧିତ କଲେ ଓମ୍ ବିର୍ଲା,କହିଲେ ସଂସଦଠାରୁ ଉପରେ ନୁହଁନ୍ତି ବିରୋଧି ଦଳର ନେତା-ପ୍ରଧାନମନ୍ତ୍ରୀ -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ବଡ଼ ଆଶ୍ବସ୍ତି, ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ଯିବାକୁ ଭାରତ ଜାହାଜକୁ ଅନୁମତି -
ଗ୍ୟାସ ସଙ୍କଟ ଆତଙ୍କ; ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ କହିଲେ ଗୁଜବରେ ବିଶ୍ୱାସ କର ନାହିଁ -
ଆସନ୍ତାକାଲି ଦୁଇଦିନିଆ ଗସ୍ତରେ ଆସାମ ଯିବେ ପ୍ରଧାନମନ୍ତ୍ରୀ,ପିଏମ୍ କିଶାନ ଯୋଜନାରେ ୧୮.୬୪୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା....











Click it and Unblock the Notifications