ଜେଲରେ ନୁହଁ, ଘରେ ରହିବେ ଅଭ୍ୟାସଗତ ଅପରାଧୀ... ପାଦରେ ଲାଗିବ GPS
ଭୁବନେଶ୍ୱର: ସାରା ଭାରତ ବର୍ଷରେ ଓଡ଼ିଶା ଆଣିବାକୁ ଯାଉଛି ଏକ ବଡ଼ ପରିବର୍ତ୍ତନ । ଜେଲରେ ରହିବେନି କଏଦୀ । ସେମାନେ ନିଜ ଘରେ ରହିବେ । ସରକାରଙ୍କ ଖର୍ଚ୍ଚ କାଟ୍ ଓ ସଞ୍ଜୟ ବଢାଇବା ପାଇଁ ଏ ନେଇ ଯୋଜନା କରିଛି ଜେଲ୍ ପ୍ରଶାସନ । ଏଭଳି କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ହେବ ।
ଅଭ୍ୟାସଗତ ଅପରାଧୀଙ୍କ ଲାଗି ଏଭଳି ମାଷ୍ଟରପ୍ଲାନ ପ୍ରସ୍ତୁତ କରିଛି ଜେଲ ବିଭାଗ । ସଂସଦୀୟ ବ୍ୟାପାର କମିଟିକୁ ଏ ସଂକ୍ରାନ୍ତରେ ଜେଲ ବିଭାଗ ପ୍ରସ୍ତାବ ଦେଇଛି ଏବଂ କମିଟି ମଧ୍ୟ ଏଥିରେ ସହମତି ପ୍ରକାଶ କରିଛି ।

ବିଚାରାଧୀନ କଏଦୀଙ୍କୁ ଜେଲରେ ନ ରଖି, ନିଜ ନିଜ ଘରେ ରଖାଯିବ । ସେମାନଙ୍କ ଗୋଡ଼ରେ GPS ଲଗାଯାଇ ସେମାନଙ୍କ ଉପରେ ନଜର ରଖାଯିବ । ଏହାଦ୍ୱାରା ଖର୍ଚ୍ଚ କାଟ୍ ହୋଇପାରିବ ।
ଜେଲ ଡିଜି ମନୋଜ ଛାବ୍ରାଙ୍କ ସୁଚନା ମୁତାବକ, ଅନେକ ସମୟରେ ଷ୍ଟ୍ରିଟ୍ କ୍ରାଇମ୍ ବା ଚିନ୍ଦି ଚୋର ଭଳି ଡ୍ରଗ୍ସ ଓ ନିଶା କାରବାରରେ ସମ୍ପୃକ୍ତ ଥିବା ଅଭ୍ୟାସଗତ ଅପରାଧୀ ଯେଉଁମାନେ ଅପରାଧ କରି ଜେଲ ଯାଇଥାନ୍ତି, କିନ୍ତୁ ପରେ ଜାମିନ ପାଇ ବାହାରକୁ ଆସି ପୁଣି ଅପରାଧ କାର୍ଯ୍ୟକଳାପରେ ଲିପ୍ତ ରହିଥାନ୍ତି । ଫଳରେ ପୁଣି ପୋଲିସ ହାତରେ ଧରାପଡିଲେ ଜେଲ ଭିତରକୁ ଯାଇଥାନ୍ତି । ଏହିଭଳି ଅଭ୍ୟାସଗତ ବିଚାରଧୀନ କଏଦୀଙ୍କୁ ଜେଲରେ ରଖିବା ଫଳରେ ତାଙ୍କ ପିଛା ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ଏବେ ସେମାନଙ୍କ ଉପରେ ନଜର ରଖିବା ପାଇଁ ନୂଆ ପରିକଳ୍ପନା ହୋଇଛି । ବିଚାରଧୀନ କଏଦୀ ପାଇଁ ଜିପିଏସ୍-ସକ୍ଷମ ଟ୍ରାକିଂ ଡିଭାଇସ୍ ବ୍ୟବହାର କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ହେବ ।
ଏହି ବ୍ୟବସ୍ଥାରେ ବିଚାରାଧୀନ କଏଦୀ ଜେଲରେ ନ ରହି ନିଜ ଘରେ ରହିବେ । ନିଜର ନିର୍ଦ୍ଦିଷ୍ଟ ଅଞ୍ଚଳ ପାଇଁ ଦିଆଯାଇଥିବା ଅନୁମତି ପରିଧି ପରିସରରେ ଯାତାୟତ କରିବେ । କିନ୍ତୁ ତାଙ୍କୁ ଏକ ଜିପିଏସ ଚିପ୍ ଜରିଆରେ ଟ୍ରାକିଂ କରାଯିବ । ଏକ ଜିପିଏସ ମେସିନ ତାଙ୍କୁ ବ୍ୟବହାର କରିବାକୁ ଦିଆଯିବ । ଯାହାକୁ ଭାଙ୍ଗିଲେ ବା ତା'ସହ କିଛି ଟାମ୍ପରିଂ କଲେ ତାହା ଆଲର୍ଟରେ ହେବା ସହ ପୁଲିସ ଜାଣିପାରିବ । ଯେଉଁ ଅଭ୍ୟାସଗତ ଅପରାଧୀ ଜାମିନ ପାଇଁ ଆବେଦନ କରିବ, କୋର୍ଟ ତାଙ୍କୁ ଜାମିନ୍ର ସର୍ତ୍ତ ଏହି ଟ୍ରାକିଂ ମେସିନ ପାଇଁ ନିର୍ଦ୍ଦେଶ ଦେବେ । ଜାମିନ ପାଇବାକୁ ହେଲେ ସେମାନଙ୍କ ପାଇଁ ଟ୍ରାକିଂ ଉପକରଣ ବାଧ୍ୟତାମୂଳକ କରାଯାଇପାରିବ । ଏଥିପାଇଁ ମେସିନ ବାବଦକୁ 10 ରୁ 15 ୧୫ହଜାର ପର୍ଯ୍ୟନ୍ତ ଖର୍ଚ୍ଚ ହେବ । କଏଦୀ ଏହି ଜିପିଏସ୍ ଖର୍ଚ୍ଚ ବହନ କରିବ । ଫଳରେ ଅନ୍ତେବାସୀ ନିଜ ଘରେ ରହିପାରିବ ବା ନିଜର କିଛି କାମ କରିପାରିବ । ଟ୍ରାକିଂ ମେସିନ ଜରିଆରେ ସବୁ ବେଳେ ନଜରରେ ରହିବ । ଜାମିନରେ ଆସିଲେ ରାଜ୍ୟ ବାହାରକୁ ବା ଦେଶ ବାହାରକୁ ଖସିଯାଇ ପାରିବେନି । ଏପରିକି ସାକ୍ଷୀ ଘର ପାଖାପାଖି ଯାଇ ଧମକାଇଲେ ତାହା ଟ୍ରାକିଂ ମେସିନ୍ ଜରିଆରେ ଜଣାପଡ଼ିବ । ଏହି ଜିପିଏସ୍କୁ ଟ୍ୟାମ୍ପର ପ୍ରୁଫ୍ କରାଯାଇଛି ।












Click it and Unblock the Notifications