Get Updates
Get notified of breaking news, exclusive insights, and must-see stories!

Modi Odisha Visit: ଆସନ୍ତାକାଲି ଆସିବେ ମୋଦୀ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଓ ସମୟ ସାରଣୀ

Modi Odisha Visit: ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ସମ୍ବଲରପୁର IIM ର ଲୋକାର୍ପଣ କରିବେ । ଏହା ସହ ଅନ୍ୟ କେତେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ସ୍ଥାନୀୟ 'ରେମେଡ୍' ପଡ଼ିଆଠାରେ ଏକ ସାଧାରଣ ସଭାରେ ଯୋଗଦେବେ ।

Narendra Modi

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି । ହେଲିପ୍ୟାଡ଼ ନିର୍ମାଣ ଠାରୁ ଆରମ୍ଭ କରି କଡ଼ା ସୁରକ୍ଷା ବ୍ୟବସ୍ଥା ନେଇ ସମସ୍ତ ପ୍ରସ୍ତୁତି କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ସହ ଆନୁସଙ୍ଗିକ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଛି ।

କଣ ରହିଛି କାର୍ଯ୍ୟକ୍ରମ ?

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଉଭୟ ଆଇ.ଆଇ.ଏମର ଛାତ୍ରଛାତ୍ରୀ, କର୍ମଚାରୀ ଓ ନିର୍ଦ୍ଦେଶକ ଖୁବ ଉତ୍ସାହିତ ଅଛନ୍ତି । ସେହିପରି ରାଜ୍ୟ ବିଜେପି ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଏପଟେ ଅପରାହ୍ନରେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରୁ ଆସି ପ୍ରଥମେ ଝାରସୁଗୁଡ଼ା ବିମାନ ବନ୍ଦରରେ ଓହ୍ଲାଇବେ । ସେଠାରୁ ସ୍ବତନ୍ତ୍ର ହେଲିକପଟରରେ 2ଟା 15 ସୁଦ୍ଧା IIM କ୍ୟାମ୍ପସରେ ପହଞ୍ଚିବେ । କ୍ୟାମ୍ପସରେ 3 ଟା ଯାଏ ରହିବେ । ସେଠାରେ ଲୋକାର୍ପଣ ସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଛି । ପରେ ରେମେଡ୍ ପଡ଼ିଆରେ ଏକ ସାଧାରଣ ସଭାକୁ ମୋଦି ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି । ଏଥିସହ ସମ୍ବଲପୁର ରେଳ ଷ୍ଟେସନର ନବୀକରଣ, ସମ୍ବଲପୁର-ତାଳଚେର 168 କିଲୋମିଟର ରେଳପଥ ଦୋହରୀକରଣ ଆଦିର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ।

ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ ଯୋଗଦେବେ । ଏଥିସହ ଛାତ୍ରଛାତ୍ରୀ, ଡାକ୍ତରଙ୍କ ସହ ମୋଟ 4 ହଜାର ଲୋକ ସାମିଲ ହେବା ନେଇ ପ୍ରେସମିଟ୍‌ ରେ ସୂଚନା ରହିଛି ।

ଝାରସୁଗୁଡ଼ା ବିମାନବନ୍ଦର ସମେତ ସମ୍ବଲପୁର ଠାରେ ଅସ୍ଥାୟୀ ହେଲିପ୍ୟାଡ୍‌ରେ ଆନୁଷଙ୍ଗିକ ବ୍ୟବସ୍ଥା ସହ ତାଙ୍କ ଗସ୍ତ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ ମାନକ ନିୟମ ଅନୁସାରେ କଡ଼ାକଡ଼ି ଦୃଷ୍ଟି ଦିଆଯିବ । ପ୍ରଧାନମନ୍ତ୍ରୀ ଯୋଗଦେବାକୁ ଥିବା କୌଣସି କାର୍ଯ୍ୟକ୍ରମ ସ୍ଥଳ, ବିମାନବନ୍ଦର, ହେଲିପ୍ୟାଡ଼ସ୍ଥଳରେ ଡ୍ରୋନ କ୍ୟାମେରା ବ୍ୟବହାର କରାଯିବ ନାହିଁ । ଏ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ, ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି କାର୍ଯ୍ୟକ୍ରମ ସ୍ଥଳରେ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ପାଇଁ ଜେନେରେଟର ରଖିବା ସହ ଆଗୁଆ ଟେଷ୍ଟିଂ କରିବା, ଆଉ ଦୁଇଟି ଅତିରିକ୍ତ ଜେନେରେଟର ରଖିବା, ଡାକବାଜି ଯନ୍ତ୍ର ଯେପରି ଭଲ ଭାବେ ବାଜିବ ସେନେଇ ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି ।

କେନ୍ଦ୍ର ଗୃହ ବିଭାଗ, କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶାବଳୀ ଅନୁସାରେ ବିଭିନ୍ନ ସ୍ଥାନରେ କାର୍ଯ୍ୟନିର୍ବାହ ପାଇଁ ଏବଂ ମୁତୟନ ହେଉଥିବା ସିଧାସଳଖ ନିକଟ ସଂସ୍ପର୍ଶ (କ୍ଲୋଜ୍ ପ୍ରକ୍ସିମିଟି)ରେ ଯେଉଁ ଅଧିକାରୀ, କର୍ମଚାରୀ ବା ବ୍ୟକ୍ତିବିଶେଷଙ୍କର ଦାୟିତ୍ବ ରହୁଛି ସେମାନଙ୍କ ପାଇଁ କୋଭିଡ-19 ପରୀକ୍ଷା କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି କାରକେଡ୍ ବ୍ୟବସ୍ଥା, ଆମ୍ବୁଲାନ୍ସ ଏବଂ ଜୀବନ ସୁରକ୍ଷା ସହାୟକ ବ୍ୟବସ୍ଥା ସହ ସ୍ବାସ୍ଥ୍ୟ ସେବା ବ୍ୟବସ୍ଥା ଓ କାର୍ଯ୍ୟକ୍ରମସ୍ଥଳରେ 'କ୍ରିଟିକାଲ କେୟାର ବକ୍ସ' ରଖାଯିବ । ଦୂରଦର୍ଶନ ଓ ପିଆଇବି ସହାୟତାରେ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବାକୁ ଥିବାବେଳେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହାକୁ ସୁବ୍ୟବସ୍ଥିତ କରାଯିବ । କାର୍ଯ୍ୟକ୍ରମସ୍ଥଳରେ ଇଣ୍ଟରନେଟ ସୁବିଧା, ଅଗ୍ନିନିର୍ବାପକ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା ପାଇଁ ଗୃହ ବିଭାଗ ତରଫରୁ ଏକ କଣ୍ଟ୍ରୋଲ ରୁମ୍ କରାଯିବ । ଏହା ବ୍ୟତୀତ ସମସ୍ତଙ୍କ ସହଯୋଗରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମର ପ୍ରସ୍ତୁତି ଓ କାର୍ଯ୍ୟ ସୂଚାରୁରୂପେ ସମ୍ପାଦନା କରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାପାଳ ସଂପୃକ୍ତ ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅନୁଯାୟୀ ଆବଶ୍ୟକୀୟ ବ୍ୟବସ୍ଥା କରିବେ । କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ବ୍ୟବସ୍ଥାର ତଦାରଖ କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+