Get Updates
Get notified of breaking news, exclusive insights, and must-see stories!

ବାତ୍ୟା କ୍ଷୟକ୍ଷତି ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା, ସ୍ଥାୟୀ ବ୍ୟବସ୍ଥା ନେଇ ଦାବି ରଖିଲା ଓଡ଼ିଶା

ରାଜ୍ୟ ସରକାର ଓଡ଼ିଶାରେ ବାତ୍ୟାର ମୁକାବିଲା ପାଇଁ ଦୀର୍ଘସୂତ୍ରୀ ବ୍ୟବସ୍ଥା କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି । ବର୍ତ୍ତମାନ ହୋଇଥିବା କ୍ଷୟକ୍ଷତି ପାଇଁ ରାଜ୍ୟ ସରକାର କେନ୍ଦ୍ର ନିକଟରେ କୌଣସି ସହୟତା ରାଶି ଦାବି କରିନାହାଁନ୍ତି ।

ଭୁବନେଶ୍ୱର : ବାତ୍ୟା 'ୟାସ୍' ପରେ ଭୁବନେଶ୍ୱରରେ ପହଞ୍ଚି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ବୈଠକରେ ରାଜ୍ୟ ସରକାରଙ୍କ ପକ୍ଷରୁ ବାତ୍ୟାରେ ହୋଇଥିବା କ୍ଷୟକ୍ଷତି ଏବଂ ବାତ୍ୟା ମୁକାବିଲା ପାଇଁ ସରକାର ଆପଣେଇଥିବା ସମସ୍ତ ପଦକ୍ଷେପ ସମ୍ପର୍କରେ ଅବଗତ କରାଯାଇଥିଲା । ଏହା ବ୍ୟତୀତ ରାଜ୍ୟ ସରକାର ଓଡ଼ିଶାରେ ବାତ୍ୟାର ମୁକାବିଲା ପାଇଁ ଦୀର୍ଘସୂତ୍ରୀ ବ୍ୟବସ୍ଥା କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି । ବର୍ତ୍ତମାନ ହୋଇଥିବା କ୍ଷୟକ୍ଷତି ପାଇଁ ରାଜ୍ୟ ସରକାର କେନ୍ଦ୍ର ନିକଟରେ କୌଣସି ସହୟତା ରାଶି ଦାବି କରିନାହାଁନ୍ତି ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ।

yaas review meeting

ସେ ଆହୁରି ମଧ୍ୟ କହିଛନ୍ତି,ବାତ୍ୟା କ୍ଷୟକ୍ଷତିକୁ ନେଇ ୮ ମିନିଟର ଭିଡିଓ ପ୍ରଦର୍ଶନ କରାଗଲା । କ୍ଷୟକ୍ଷତି ବାବଦ ଅର୍ଥ ରାଶି ଆମେ ବର୍ତ୍ତମାନ କେନ୍ଦ୍ରକୁ କିଛି ମାଗିନାହୁଁ । କ୍ଷୟକ୍ଷତିର ଆକଳନ ଚାଲିଛି । 7 ଦିନ ପରେ କ୍ଷୟକ୍ଷତି କେତେ ହୋଇଛି ଜଣାଇବୁ । ବାତ୍ୟା କ୍ଷୟକ୍ଷତିର ଭରଣା ରାଜ୍ୟ ନିଜେ କରିବ କହିଲେ ମୁଖ୍ୟମନ୍ତ୍ରୀ । ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଦୀର୍ଘକାଳୀନ ସହାୟତା ପାଇଁ ଅନୁରୋଧ କରାଯାଇଛି । ଏହା ସହିତ ବାତ୍ୟାକୁ ସମ୍ଭାଳି ପାରୁଥିବା ବିଦ୍ୟୁତ ବ୍ୟବସ୍ଥା, ଉନ୍ନତ ଜ୍ଞାନକୌଶଳ ଏବଂ ଅଣ୍ଡରଗ୍ରାଉଣ୍ଡ କେବୁଲିଂ ବ୍ୟବସ୍ଥା ନେଇ ଦାବି କରାଯାଇଛି ।

ଏହାପରେ ପ୍ରଧାନମନ୍ତ୍ରୀ ଆକାଶମାର୍ଗରୁ ବାତ୍ୟା ପ୍ରବାବିତ ଅଞ୍ଚଳର ପରିଦର୍ଶନ କରୁଛନ୍ତି । ପରିଦର୍ଶମନ ପରେ ସନ୍ଧ୍ୟା ସୁଦ୍ଧା ପ୍ରଧାନମନ୍ତ୍ରୀ କୌଣସି ସହାୟତା ପ୍ୟାକେଜ ଘୋଷଣା କରିବା ନେଇ ମଧ୍ୟ ଆଶା କରାଯାଉଛି ।

ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀଲାଲ, କେନ୍ଦ୍ରମନ୍ତୀ ପ୍ରତାପ ଷଢଙ୍ଗୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ, ସ୍ୱତନ୍ତ୍ର ରିଲିଫ୍ କମିଶନର ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+