For Quick Alerts
Turn On Notification  
For Daily Alerts
Oneindia App Download

ବାତ୍ୟା କ୍ଷୟକ୍ଷତି ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା, ସ୍ଥାୟୀ ବ୍ୟବସ୍ଥା ନେଇ ଦାବି ରଖିଲା ଓଡ଼ିଶା

ରାଜ୍ୟ ସରକାର ଓଡ଼ିଶାରେ ବାତ୍ୟାର ମୁକାବିଲା ପାଇଁ ଦୀର୍ଘସୂତ୍ରୀ ବ୍ୟବସ୍ଥା କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି । ବର୍ତ୍ତମାନ ହୋଇଥିବା କ୍ଷୟକ୍ଷତି ପାଇଁ ରାଜ୍ୟ ସରକାର କେନ୍ଦ୍ର ନିକଟରେ କୌଣସି ସହୟତା ରାଶି ଦାବି କରିନାହାଁନ୍ତି ।

|

ଭୁବନେଶ୍ୱର : ବାତ୍ୟା 'ୟାସ୍' ପରେ ଭୁବନେଶ୍ୱରରେ ପହଞ୍ଚି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ବୈଠକରେ ରାଜ୍ୟ ସରକାରଙ୍କ ପକ୍ଷରୁ ବାତ୍ୟାରେ ହୋଇଥିବା କ୍ଷୟକ୍ଷତି ଏବଂ ବାତ୍ୟା ମୁକାବିଲା ପାଇଁ ସରକାର ଆପଣେଇଥିବା ସମସ୍ତ ପଦକ୍ଷେପ ସମ୍ପର୍କରେ ଅବଗତ କରାଯାଇଥିଲା । ଏହା ବ୍ୟତୀତ ରାଜ୍ୟ ସରକାର ଓଡ଼ିଶାରେ ବାତ୍ୟାର ମୁକାବିଲା ପାଇଁ ଦୀର୍ଘସୂତ୍ରୀ ବ୍ୟବସ୍ଥା କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି । ବର୍ତ୍ତମାନ ହୋଇଥିବା କ୍ଷୟକ୍ଷତି ପାଇଁ ରାଜ୍ୟ ସରକାର କେନ୍ଦ୍ର ନିକଟରେ କୌଣସି ସହୟତା ରାଶି ଦାବି କରିନାହାଁନ୍ତି ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ।

yaas review meeting

ସେ ଆହୁରି ମଧ୍ୟ କହିଛନ୍ତି,ବାତ୍ୟା କ୍ଷୟକ୍ଷତିକୁ ନେଇ ୮ ମିନିଟର ଭିଡିଓ ପ୍ରଦର୍ଶନ କରାଗଲା । କ୍ଷୟକ୍ଷତି ବାବଦ ଅର୍ଥ ରାଶି ଆମେ ବର୍ତ୍ତମାନ କେନ୍ଦ୍ରକୁ କିଛି ମାଗିନାହୁଁ । କ୍ଷୟକ୍ଷତିର ଆକଳନ ଚାଲିଛି । 7 ଦିନ ପରେ କ୍ଷୟକ୍ଷତି କେତେ ହୋଇଛି ଜଣାଇବୁ । ବାତ୍ୟା କ୍ଷୟକ୍ଷତିର ଭରଣା ରାଜ୍ୟ ନିଜେ କରିବ କହିଲେ ମୁଖ୍ୟମନ୍ତ୍ରୀ । ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଦୀର୍ଘକାଳୀନ ସହାୟତା ପାଇଁ ଅନୁରୋଧ କରାଯାଇଛି । ଏହା ସହିତ ବାତ୍ୟାକୁ ସମ୍ଭାଳି ପାରୁଥିବା ବିଦ୍ୟୁତ ବ୍ୟବସ୍ଥା, ଉନ୍ନତ ଜ୍ଞାନକୌଶଳ ଏବଂ ଅଣ୍ଡରଗ୍ରାଉଣ୍ଡ କେବୁଲିଂ ବ୍ୟବସ୍ଥା ନେଇ ଦାବି କରାଯାଇଛି ।

ଏହାପରେ ପ୍ରଧାନମନ୍ତ୍ରୀ ଆକାଶମାର୍ଗରୁ ବାତ୍ୟା ପ୍ରବାବିତ ଅଞ୍ଚଳର ପରିଦର୍ଶନ କରୁଛନ୍ତି । ପରିଦର୍ଶମନ ପରେ ସନ୍ଧ୍ୟା ସୁଦ୍ଧା ପ୍ରଧାନମନ୍ତ୍ରୀ କୌଣସି ସହାୟତା ପ୍ୟାକେଜ ଘୋଷଣା କରିବା ନେଇ ମଧ୍ୟ ଆଶା କରାଯାଉଛି ।

ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀଲାଲ, କେନ୍ଦ୍ରମନ୍ତୀ ପ୍ରତାପ ଷଢଙ୍ଗୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ, ସ୍ୱତନ୍ତ୍ର ରିଲିଫ୍ କମିଶନର ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Prime Minister Narendra Modi Review Meeting In Odisha On Cyclone Yaas
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X