ଓଡ଼ିଶା ଆସିପାରନ୍ତି ମୋଦୀ, ଡିସେମ୍ବର ଶେଷ ସୁଦ୍ଧା ଆସିବେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର: ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଡିସେମ୍ବର ଶେଷ ସୁଦ୍ଧା ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବା ନେଇ ରହିଛି ସୂଚନା । ପଶ୍ଚିମ ଓଡ଼ିଶାର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିପାରନ୍ତି । ମୋଦୀଙ୍କ ଗସ୍ତ ନେଇ ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀ ସୂଚନା ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁରରେ ଆଇଆଇଏମର ନୂତନ କ୍ୟାମ୍ପସ୍ ଉଦଘାଟନ କରିବା ସହ ଏକ ସାଧାରଣ ସଭାରେ ଯୋଗ ଦେବେ ବୋଲି ଜଣାଯାଇଛି ।

ଡିସେମ୍ବର 24 ତାରିଖରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସୁଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିବା ବେଳେ ପୂରା କାର୍ଯ୍ୟସୂଚୀ ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେବେ ପଶ୍ଚିମ ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ଆସୁଥିବା ନେଇ ସୂଚନା ମିଳିଛି । ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ସୂଚନା ଦେଇଛନ୍ତି ।
ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ବେଶ ଗୁରୁତ୍ୱ ବହନ କରୁଛି। ପଶ୍ଚିମ ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ଆସୁଥିବା ଖବର ସାମ୍ନାକୁ ଆସିବା ପରେ ଏହାର ରାଜନୈତିକ ଗୁରୁତ୍ୱ ଯଥେଷ୍ଟ ଅଧିକ ବଢ଼ିଯାଇଛି। କାରଣ ପଶ୍ଚିମ ଓଡ଼ିଶା ବିଜେପିର ଗଡ଼ ଭାବେ ପରିଚିତ। ଗତ ନିର୍ବାଚନରେ ପଶ୍ଚିମ ଓଡ଼ିଶାରୁ ଅଧିକ ସଂଖ୍ୟକ ବିଜେପି ସାଂସଦ ନିର୍ବାଚିତ ହୋଇଥିଲେ। ତେଣୁ ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀଙ୍କ ପଶ୍ଚିମ ଓଡ଼ିଶା ଗସ୍ତକୁ ନେଇ ବିଜେପି ଶିବିର ବେଶ ଉତ୍ସାହିତ।












Click it and Unblock the Notifications