Get Updates
Get notified of breaking news, exclusive insights, and must-see stories!

11 ଦିନରେ ଶିକ୍ଷକ ଆନ୍ଦୋଳନ, ସ୍କୁଲରେ ପାଠ ପଢା ଠପ୍... ଆଜି ବାହାରିବ କି ନିଷ୍କର୍ସ ?

ଭୁବନେଶ୍ୱର: 11 ଦିନ ହେବ ପ୍ରାଥମିକ ସ୍କୁଲରେ ପାଠ ପଢା ଠପ୍ । ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁଁ ବନ୍ଦ ରହିଛି ପାଠ ପଢା । ତେବେ ଆଜି ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗକୁ ନେଇ ଅପରାହ୍ନ 1 ଟାରେ ବସୁଛି ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକ । ସଂଘର କର୍ମକର୍ତ୍ତାଙ୍କୁ ବୈଠକରେ ଯୋଗ ଦେବାକୁ ଆହ୍ୱାନ କରାଯାଇଛି । ଏହା ପରେ କିଛି ନିଷ୍କର୍ସ ବାହାରିବ କି ନାହିଁ ତା ହା ଉପରେ ନଜର ରହିଛି ।

primary teacher strike

ସେପଟେ ତିନି ଦଫା ଦାବି ପୂରଣ ଜିଦରେ ଅଟଳ ଶିକ୍ଷକ । ଏହାରି ଭିତରେ ଆନ୍ତଃମନ୍ତ୍ରିସ୍ତରୀୟ ଆଲୋଚନାକୁ ଶିକ୍ଷକ ସଂଘକୁ ଡାକରା ଆସିଛି । ବୈଠକରେ ଯୋଗ ଦେବା ପାଇଁ ଶିକ୍ଷକ ସଂଘକୁ ଡାକରା ଆସିଥିବା ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ମହାସଚିବ ଚାରୁଲତା ମହାପାତ୍ର ସୂଚନା ଦେଇଛନ୍ତି ।

ସେପଟେ ଶିକ୍ଷକ ଆନ୍ଦୋଳନ ପାଇଁ ପାଠ ପଢା ଠପ୍ ହୋଇଯିବାରୁ ଚିନ୍ତାରେ ଅଭିଭାବକ । ସରକାର ଶିକ୍ଷକଙ୍କ ଦାବି ଶୁଣୁ ନଥିବାରୁ ଆଜି ଠାରୁ ସ୍କୁଲ୍ ଆଗରେ ଧାରଣା ଦେବାକୁ ଅଭିଭାବକ ସଂଘ ନିଷ୍ପତ୍ତି ନେଇଛି । ଗତକାଲି ବିଭିନ୍ନ ସ୍ଥାନକୁ ମନ୍ତ୍ରୀ ଓ ବିଧାୟକମାନେ ଯାଇ ଆନ୍ଦୋଳନରତ ଶିକ୍ଷକଙ୍କ ସହ ଆଲୋଚନା କରି କର୍ମକ୍ଷେତ୍ରକୁ ଫେରିବାକୁ ଅନୁରୋଧ କରିଥିଲେ । ମାତ୍ର ଶିକ୍ଷକମାନେ ଦାବି ପୂରଣ ପାଇଁ ଅଡି ବସିଛନ୍ତି ।

ସୂଚନାଥାଉକି, ଗତ 8 ତାରିଖରୁ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଜାରି ରହିଛି । ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ 11 ତାରିଖରୁ ସାମୁହିକ ଛୁଟି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି 50 ହଜାରରୁ ଅଧିକ ସ୍କୁଲର ପ୍ରାୟ ଦେଢ ଲକ୍ଷ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ । ଯେପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନିଜେ ହସ୍ତକ୍ଷେପ କରି ପ୍ରତିଶ୍ରୁତି ନଦେଇଛନ୍ତି ସେପର୍ଯ୍ୟନ୍ତ ଆନ୍ଦୋଳନରୁ ନଓହରିବାକୁ ଚେତାବନୀ ଦେଇଛନ୍ତି ଶିକ୍ଷକ ସଂଘ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+