Get Updates
Get notified of breaking news, exclusive insights, and must-see stories!

ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ଡିସେମ୍ବର ସୁଦ୍ଧା ଦାବି ପୂରଣ ନେଇ ମିଳିଲା ପ୍ରତିଶ୍ରୁତି

ଭୁବନେଶ୍ୱର: ସ୍ଥଗିତ ହେଲା ପ୍ରାଥମିକ ଶିକ୍ଷକ ଆନ୍ଦୋଳନ । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସହ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଛି ସଂଘ । ଡିସେମ୍ବର ସୁଦ୍ଧା ଦାବି ପୂରଣ ପ୍ରତିଶ୍ରୁତି ମିଳିଛି । ସ୍ଥଗିତ ନେଇ ମହାସଂଘ ମହାସଚିବ ଚାରୁଲତା ମହାପାତ୍ର ସୂଚନା ଦେଇଛନ୍ତି ।

ତିନି ଦଫା ଦାବି ନେଇ ଅନେକ ଦିନ ଧରି ଆନ୍ଦୋଳନକୁ ଓହ୍ଲାଇଥିଲେ ପ୍ରାଥମିକ ଶିକ୍ଷକ । ଏହା ପରେ ଆଲୋଚନା ନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଡାକରା ଆସିଥିଲା । ଆଜି ଅପରାହ୍ନରେ ଆଲୋଚନା ପରେ ଡିସେମ୍ବର ସୁଦ୍ଧା ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ମିଳିଛି । ଏହା ପରେ ଆନ୍ଦୋଳନ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଛି ସଂଘ । ଆଲୋଚନାରେ ପ୍ରାଥମିକ ଶିକ୍ଷକ ମହାସଂଘର 8 ସଂଘ ସାମିଲ ଥିଲେ ।

teacher strike

ଶିକ୍ଷକ ସଂଘର ଏପରି ନିଷ୍ପତ୍ତି ପରେ ପ୍ରାଥମିକ ସ୍କୁଲ ଖୋଲିବା ପାଇଁ ବାଟ ଫିଟିଛି । ପିଲାଙ୍କ ପାଠପଢା ବନ୍ଦ ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହିତ ଶିକ୍ଷକମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ରାଜ୍ୟର ପ୍ରାଥମିକ ଶିକ୍ଷକମାନଙ୍କ ଆନ୍ଦୋଳନ ଯୋଗୁ ପିଲାମାନଙ୍କ ପାଠପଢା ଏକ ପ୍ରକାର ଅଚଳ ହୋଇପଡ଼ିଛି ।

ସୂଚନାଯୋଗ୍ୟ, ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ଦରମା, କଳା ଓ କ୍ରୀଡ଼ା ଶିକ୍ଷକଙ୍କ କ୍ଷେତ୍ରରେ ଆଡଭାନ୍ସମେଣ୍ଟ ପଲିସି ଲାଗୁ, ଜୁନିୟର ଶିକ୍ଷକଙ୍କୁ ନିୟମିତ ମାନ୍ୟତା, ଗଣଶିକ୍ଷକଙ୍କ ଏକ୍ସ-କ୍ୟାଡର ହଟରାଇବା ପରି ଦାବି ନେଇ ରାଜ୍ୟର ପାଖାପାଖି ଲକ୍ଷେ 30 ହଜାର ଶିକ୍ଷକ ଶିକ୍ଷୟତ୍ରୀ ସମୂହରେ ଛୁଟିରେ ଯାଇ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+