ପୁଣି ପଡ଼ିବ ମହଙ୍ଗା ମାଡ଼, ବଢିବ କ୍ଷୀର, ଛେନା ଏବଂ ପନୀର ଦର

ଭୁବନେଶ୍ୱର : ଆସନ୍ତା ମାସରୁ ପୁଣି ବାଜିବ ମହଙ୍ଗା ମାଡ଼ । ମେ ପହିଲାରୁ ବଢିବ ଛେନା ,ପନିର,କଞ୍ଚା ଖୁଆର ପାଇକାରୀ ଦର । ଏ ନେଇ କଟକ ଜିଲ୍ଲା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଛି । କ୍ଷୀର ଦର ବଢ଼ିଥିବାରୁ ଦୁଗ୍ଧଜାତ ଦ୍ରବ୍ୟ ଦର ବୃଦ୍ଧି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି କଟକ ଜିଲ୍ଲା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘର ସାଧାରଣ ସଂପାଦକ ପ୍ରଦୀପ ବେହେରା ।
ଛେନା କିଲୋଗ୍ରାମ ପ୍ରତି 20 ଟଙ୍କା, ପନୀର କେଜି ପ୍ରତି 30 ଟଙ୍କା ଏବଂ ଖୁଆ କେଜିପ୍ରତି 60 ଟଙ୍କା ଲେଖାଏଁ ବୃଦ୍ଧି ପାଇବ ।
ଦର ବଢିବା ପରେ ଛେନା କିଲୋ 195 ଟଙ୍କା, ପନୀର କିଲୋ ପିଛା 225 ଟଙ୍କା, କଞ୍ଚା ଖୁଆ କିଲୋ ପିଛା 320 ଟଙ୍କାରେ ବିକ୍ରି ହେବ । କ୍ଷୀର ଲିଟର ପିଛା 4 ଟଙ୍କା ବୃଦ୍ଧି ପାଇଥିବା ବେଳେ ଗୋ ଖାଦ୍ୟ ଓ ଅନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ବୃଦ୍ଧି ପାଇଥିବାରୁ ଦୁଗ୍ଧଜାତ ଦ୍ରବ୍ୟର ଦର ବୃଦ୍ଧି ପାଇଛି ବୋଲି କଟକ ଜିଲ୍ଲା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘର ସଭାପତି ସୁବାସ ବେହେରା କହିଛନ୍ତି ।
ସୂଚନାଯୋଗ୍ୟ ଚଳିତ ବର୍ଷ ଅପ୍ରଲ ପହିଲାରେ ଓମଫେଡ୍ କ୍ଷୀର ଲିଟର ପିଛା 4 ଟଙ୍କା ବୃଦ୍ଧି ପାଇଛି। ଗୋଖାଦ୍ୟ ସମେତ ଗୋପାଳନ ପାଇଁ ଆବଶ୍ୟକ ସମସ୍ତ ସାମଗ୍ରୀର ଦରଦାମ ବୃଦ୍ଧି ଦୃଷ୍ଟିରୁ କ୍ଷୀର ଦର ବୃଦ୍ଧି କରିବାକୁ ଦୁଗ୍ଧଚାଷୀଙ୍କ ପକ୍ଷରୁ ଦାବି ହୋଇ ଆସୁଥିଲା ।












Click it and Unblock the Notifications