Get Updates
Get notified of breaking news, exclusive insights, and must-see stories!

ଇଂରାଜୀ ନବବର୍ଷର ଶୁଭେଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ

ଭୁବନେଶ୍ୱର: ଇଂରାଜୀ ନବବର୍ଷ 2024 କୁ ନେଇ ସାରା ବିଶ୍ୱ ଉତ୍ସବ ମୁଖର । ବାଣ ଫୁଟାଇ ଓ ନାଚଗୀତରେ ମସଗୁଲ ହୋଇ ଜିରୋ ନାଇଟ୍ ସେଲିବ୍ରେସନ୍ କରିଛନ୍ତି ଲୋକ ।

new year

ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଂରାଜୀ ନବ ବର୍ଷର ଶୁଭେଛା ଜଣାଇଛନ୍ତି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 'X' ରେ ଲେଖିଛନ୍ତି, ସମସ୍ତଙ୍କୁ ନୂତନ ବର୍ଷର ଶୁଭେଚ୍ଛା ! ବର୍ଷ 2024 ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଏବଂ ସମୃଦ୍ଧତା ଆଣୁ । ନିରନ୍ତର ବିକାଶରେ ସହଯୋଗ କରିବାକୁ ଏକ ନୂତନ ପ୍ରତିବଦ୍ଧତା ସହିତ ଆସନ୍ତୁ ନୂତନ ବର୍ଷକୁ ସ୍ୱାଗତ କରିବା ।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଛନ୍ତି, ସମସ୍ତଙ୍କୁ ଏକ ଚମତ୍କାର 2024 କାମନା କରୁଛି ! ଏହି ବର୍ଷ ସମସ୍ତଙ୍କ ପାଇଁ ସମୃଦ୍ଧତା, ଶାନ୍ତି ଏବଂ ଉତ୍ତମ ସ୍ୱାସ୍ଥ୍ୟ ଆଣୁ ।

ଏହା ସହ ଓଡ଼ିଶାର ରାଜ୍ୟପାଳ ମଧ୍ୟ ଇଂରାଜୀ ନବ ବର୍ଷର ଶୁଭେଛା ଜଣାଇଛନ୍ତି । ବର୍ଷ 2024 ସୁଖ, ଶାନ୍ତି ଓ ଉତ୍ତମ ସ୍ୱାସ୍ଥ୍ୟ ଆଣୁ ବୋଲି ସେ କାମନା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏକ୍ସ ଯୋଗେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, 2024 ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ନବବର୍ଷ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିଦେଉ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+