ପିଲାଙ୍କୁ ଚକୋଲେଟ୍ ଦେଲେ ମହାମହିମ, ଗାଡ଼ିରୁ ଓହ୍ଲାଇ ଲୋକଙ୍କୁ ଭେଟିଲେ
Presient Odisha Visit: ପୁଣି ନିଜ ସରଳତାର ପରିଚୟ ଦେଲେ ମହାମହିମ । ଭିଭିଆଇପି ସୁରକ୍ଷା ବ୍ୟବସ୍ଥାକୁ ଏଡ଼ାଇ ପ୍ରୋଟକଲ ଭାଙ୍ଗିଲେ । ଗାଡ଼ିରୁ ଓହ୍ଳାଇ ରାସ୍ତାରେ ପିଲାଙ୍କୁ ଭେଟିବା ସହ ଚକୋଲେଟ୍ ଦେଇଛନ୍ତି । ଏହି ସମୟରେ କୁନି କୁନି ପିଲାଙ୍କ ସହ କଥା ହୋଇ ଭବିଷ୍ୟତ ଗଠନ ଉପରେ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି କଟକ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି । ପ୍ରଥମେ କଟକଚଣ୍ଡୀଙ୍କ ଦର୍ଶନ କରିବା ପରେ ଚଣ୍ଡୀଛକ ଠାରେ ରାଷ୍ଟ୍ରପତିଙ୍କୁ ଭେଟିବା ଭିଡ଼ ଜମାଇଥିବା ଲୋକଙ୍କୁ ଭେଟିଥିଲେ । କାରକେଡ୍ ଅଟକାଇ ଗାଡ଼ିରୁ ଓହ୍ଳାଇ ପିଲାଙ୍କ ପାଖକୁ ଆସିଥିଲେ । ଏହି ସମୟରେ କୁନି କୁନି ପିଲାଙ୍କ ସହ ଆଲୋଚନା କରିବା ସହ ଚକୋଲେଟ୍ ଦେଇଥିଲେ ।
ପ୍ରଥମେ ଚାନ୍ଦିନୀଚୌକ ଅଞ୍ଚଳର ପାୟଲ ପରିଡ଼ାଙ୍କୁ ପ୍ରଥମେ ଚକୋଲେଟ ଦେଇଥିଲେ । ପରେ ପାୟଲ ରାଷ୍ଟ୍ରପତିଙ୍କୁ ଯୋଗ ପରିବେଷଣ କରି ଦେଖାଇଥିଲେ । ତେବେ ରାଷ୍ଟ୍ରପତିଙ୍କଠୁ ଚକୋଲେଟ ପାଇବା ସହ ଅତି ନିକଟରୁ ରାଷ୍ଟ୍ରପତିଙ୍କୁ ଭେଟି ବେଶ ଖୁସି ପ୍ରକାଶ କରିଛନ୍ତି ପାୟଲ ।
ପରେ ରାଷ୍ଟ୍ରପତି ଶୈଳଵାଳା ମହିଳା ମହାବିଦ୍ୟାଳୟରେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ତାପରେ ନେତାଜୀ ସଂଗ୍ରହାଳୟରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ପରେ କଟକର ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ଓଡ଼ିଶା ଉଚ୍ଚ ନ୍ୟାୟଳୟର 75 ତମ ପ୍ରତିଷ୍ଠା ଦିବସ ପୂର୍ତ୍ତି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ।












Click it and Unblock the Notifications