ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ : ପ୍ରୋଟୋକଲ୍ ଭାଙ୍ଗିଲେ ପିପୁଲ୍ସ ପ୍ରେସିଡେଣ୍ଟ, ଗାଡ଼ିରୁ ଓହ୍ଳାଇ ଲୋକଙ୍କୁ ଭେଟିଲେ

ଭୁବନେଶ୍ୱର : ପୁଣି ପ୍ରୋଟୋକଲ୍ ଭାଙ୍ଗିଲେ ପିପୁଲ୍ସ ପ୍ରେସିଡେଣ୍ଟ । ଭୁବନେଶ୍ୱର ଏୟାରପୋର୍ଟରୁ ରାଜଭବନ ଯିବା ସମୟରେ କାରକେଡ୍ ଅଟକାଇ ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ ମହାମହିମ । ଏୟାରପୋର୍ଟ ରାସ୍ତାରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାକୁ ପାରମ୍ପରିକ ନୃତ୍ୟ ପରିବେଷଣ କରୁଥିବା କଳାକାରଙ୍କୁ ଭେଟିଛନ୍ତି ସେ । ଦ୍ରୌପଦୀ ମୁର୍ମୁଙ୍କ ଟିକିଏ ଝଲକ ଦେଖିବା ପାଇଁ ଜମା ହୋଇଥିଲେ ଶହ ଶହ ଲୋକ । ଲୋକଙ୍କୁ ହାତ ହଲାଇ ଅଭିବାଦନ ଜଣାଇବା ସହ କଳାକାରଙ୍କ ସହ ମିଶିଥିଲେ ।

President Droupadi Murmu

ସୂଚନା ଥାଉକି, ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିଛନ୍ତି ମହାମହିମ । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିବା ପରେ ରାଜଭବନ ଆଭିମୁଖେ ବାହାରିଛନ୍ତି । ମହାମହିମଙ୍କୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶୀ ଲାଲ । ରାଷ୍ଚ୍ରପତିଙ୍କ କାରକେଡ୍ କୁ ସୁରକ୍ଷା ଦେବାକୁ ବ୍ଲୁ ବୁକ୍ ଅନୁଯାୟୀ ହୋଇଛି କଡ଼ା ସୁରକ୍ଷା ବ୍ୟବସ୍ଥା । ରାଜଭବନରେ ରାତ୍ରୀଯାପନ କରିବା ସହ ଆସନ୍ତା କାଲି କଟକ ଗସ୍ତରେ ଯାଇ 7 ଟି ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ।

ରାଷ୍ଟ୍ରପତି ରାଜଭବନ ପରିସରରେ ସନ୍ଧ୍ୟା 7ଟାରେ ଅତୁଟ ବନ୍ଧନ ପରିବାର ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ। ଏହାପରେ ରାଜଭବନ ପରିସରରେ ନିର୍ମାଣ ହେବାକୁ ଥିବା ନୂଆ କୋଠାର ଶିଳାନ୍ୟାସ କରିବେ ।ଆସନ୍ତା କାଲି ପ୍ରଥମେ କଟକ ଚଣ୍ଡୀଙ୍କ ଦର୍ଶନ କରିବେ ମହାମହିମ । ଏହା ପରେ ମଧୁବାବୁଙ୍କ ବାସସ୍ଥାନ ପରିଦର୍ଶ କରି ପୁଷ୍ପମାଲ୍ୟ ଅର୍ପଣ କରିବେ । ପରେ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟକୁ ଯିବେ । ଏହାପରେ କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଓଡିଶା ହାଇକୋର୍ଟର 75 ତମ ପ୍ରତିଷ୍ଠା ସମାରୋହର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତୀଥି ଭାବେ ଯୋଗ ଦେବେ । ପରେ ନୂଆକରି ପ୍ରତିଷ୍ଠା ହୋଇ ଥିବା ନ୍ୟାୟିକ ମ୍ୟୁଜିୟମ ପରିଦର୍ଶନ କରିବେ ।

ଏହା ପରେ ରାଷ୍ଟ୍ରପତି ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମିଲ ହେବେ । ଏହାପରେ କଟକ ଏସସିବିର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ।

ଏହା ପରେ 27 ତାରିଖରେ ଭୁବନେଶ୍ୱର ତମାଣ୍ଡୋ ଦାସବାଟିଆରେ ପ୍ରଜାପିତା ବ୍ରହ୍ମ କୁମାରୀର ଡିଭାଇନ ଲାଇଟ ହାଉସର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ବାଲିଆପଡ଼ାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+