ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ :ଆସନ୍ତା କାଲି ବନ୍ଦ ରହିବ ଏହି ସବୁ ଅଫିସ୍
କଟକ: ଆଜି ଠାରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମହାମହିମ ରାଷ୍ଚ୍ରପତି । ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତାକାଲି ବୁଧବାର ରାଷ୍ଟ୍ରପତି କଟକ ଗସ୍ତ କରିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ହାଇକୋର୍ଟ ନିକଟରେ ରହିଥିବା କାର୍ଯ୍ୟାଳୟ, ବ୍ୟାଙ୍କ ଓ ଡାକଘର ବନ୍ଦ ରହିବ ।

ଓଡ଼ିଶା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କ ଅନୁରୋଧ ଅନୁସାରେ ରାଷ୍ଟ୍ରପତିଙ୍କ କଟକ ଗସ୍ତ ବେଳେ ବୁଧବାର ଏକାଧିକ କାର୍ଯ୍ୟାଳୟ ଓ ବ୍ୟାଙ୍କ ବନ୍ଦ ରହିବ । ଏନେଇ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ବୁଧବାର ରାଷ୍ଟ୍ରପତି ଓଡ଼ିଶା ହାଇକୋର୍ଟର 75 ବର୍ଷ ପୂର୍ତ୍ତି ଉତ୍ସବରେ ସାମିଲ୍ ହେବେ । କଟକ ଏସସିବି ମେଡିକାଲ କଲେଜର ବାର୍ଷିକ ଉତ୍ସବରେ ଯୋଗ ଦେବା ସହ ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମିଲ୍ ହେବେ ରାଷ୍ଟ୍ରପତି । ଏହା ବାଦ୍ ଅନ୍ୟ କେତେକ କାର୍ଯ୍ୟକ୍ରମରେ ଯୋଗ ଦେବେ ମହାମହିମ ।












Click it and Unblock the Notifications