ଓଡ଼ିଶା ଆସିବେ ମହାମହିମ, ଦ୍ୱିତୀୟ ଥର ପାଇଁ ଜନ୍ମମାଟି ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ଵର: ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ । ଆସନ୍ତା ନଭେମ୍ବର 20 ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଗସ୍ତ ସମୟରେ ଜନ୍ମମାଟି ରାରଙ୍ଗପୁର ଯିବେ । ରାଷ୍ଚ୍ରପତି ହେବା ପରେ ଜନ୍ମମାଟିକୁ ଏହା ହେବ ଦ୍ୱିତୀୟ ଗସ୍ତ ।
ଏନେଇ ସୂଚନା ଦେଇଛନ୍ତି ବିଧାୟକ ନବଚରଣ ମାଝୀ ଓ ରାଜ୍ୟ ବିଜେପି ସମ୍ପାଦକ ନବୀନ କୁମାର ରାମ । ତେବେ ରାଷ୍ଟ୍ରପତି ଭବନରୁ ବିଦ୍ଧିବଦ୍ଧ ଭାବରେ ଏନେଇ କୌଣସି ସୂଚନା ମିଳିନାହିଁ ।

ଖବର ଅନୁଯାୟୀ, ଆସନ୍ତା 20 ତାରିଖରେ ରାଷ୍ଟ୍ରପତି ପ୍ରଥମେ ବାରିପଦାରେ ପହଞ୍ଚି ସାନ୍ତାଳୀ ରାଇଟର୍ସ ଏସୋସିଏସନର ଏକ ସ୍ୱତନ୍ତ୍ର ସମ୍ମିଳନୀ ଓ କାର୍ଯ୍ୟକ୍ରମରେ ଯୋଗଦେବେ । ସେଠାରୁ ସିଧାସଳଖ ହେଲିକପ୍ଟର ଯୋଗେ ରାଇରଙ୍ଗପୁରରେ ପହଞ୍ଚିବେ । ସେଠାରେ ସ୍ଥାନୀୟ ଲୋକଙ୍କୁ ଭେଟି ରାତ୍ରି ଯାପନ କରିବାର କାର୍ଯ୍ୟକ୍ରମ ରହିଛି ।
ଏହା ପରେ 21 ତାରିଖ ଦିନ ସକାଳେ ଶ୍ରୀମତୀ ମୁର୍ମୁ ବାଦାମପାହାଡ ଗସ୍ତରେ ଯିବେ । ସେଠାରେ ରେଳ ମନ୍ତ୍ରଣାଳୟ ତରଫରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାଦାମପାହାଡ ଠାରେ କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସମ୍ବଲପୁର ଅଭିମୁଖେ ପ୍ରସ୍ଥାନ କରିବାର ସୂଚନା ମିଳିଛି ।












Click it and Unblock the Notifications