ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପାରାଦ୍ୱୀପ ବୋଇତ ବନ୍ଦାଣର କରିବେ ଉଦଘାଟନ
ପାରାଦୀପ: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପାରାଦ୍ୱୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ ମହାମହିମ । ଆଜି ଏ ନେଇ ପାରାଦ୍ୱୀପ ଗସ୍ତ କରିବେ ମହାମହିମ ଦ୍ରୌପଦୀ ମୁର୍ମୁ ।

ଆଉ ମାତ୍ର କିଛି ସମୟ ପରେ ଗୋପବନ୍ଧୁ ଷ୍ଟାଡିୟମରେ ଅବତରଣ କରିବ ଭାରତୀୟ ବାୟୁସେନାର ହେଲିକପ୍ଟର । ସେଥିରୁ ଓହ୍ଲାଇ ପାରାଦୀପ ମାଟିରେ ପାଦ ଥାପିବେ ମହାମହିମ । ଗୋପବନ୍ଧୁ ଷ୍ଟାଡିୟମରେ ପହଞ୍ଚିବା ପରେ ସିଧା ଯିବେ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ୱେଷ୍ଟ ବେସିନ୍ । ଓଡ଼ିଆ ଜାତିର ନୌବାଣିଜ୍ୟ ପରମ୍ପରା କୁ ନୂତନ ପିଢି ର ମନରେ ଉଦ୍ଜୀବିତ ରଖିବା ଉଦ୍ଦେଶ୍ୟ ନେଇ ବାଣିଜ୍ୟ କରିବାକୁ ଯିବାକୁ ପ୍ରସ୍ତୁତ ଥିବା ସାତ ସାଧବ ପୁଅ ର ବୋଇତ କୁ ଦେବେ ମେଲାଣି । ଚଳିତ ବର୍ଷ ବନ୍ଦର ର ସମୃଦ୍ଧି ଆଉ ବ୍ୟବସାୟ ବୃଦ୍ଧି ନେଇ ମଧ୍ୟ ପୂଜାର୍ଚ୍ଚନା ହେବ ।
ପରେ ସେଠାରୁ ପାରାଦୀପ ନେହେରୁବଙ୍ଗଳା ରେ କିଛି ମତ୍ସଜୀବୀ ଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଯାହାକୁ ନେଇ ପୁରା ତତ୍ପର ହୋଇଉଠିଛି ଜିଲ୍ଲା ପ୍ରଶାସନ । ସୁରକ୍ଷା ଦୃଷ୍ଟିରୁ ସହରରେ 30 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ । ହେଲିପ୍ୟାଡରୁ ବୋଇତ ବନ୍ଦାଣ କାର୍ଯ୍ୟକ୍ରମସ୍ଥଳ ପର୍ଯ୍ୟନ୍ତ ଏସପିଙ୍କ ସମେତ 5 କମାଣ୍ଡାଣ୍ଟ ରାଙ୍କ୍ ଅଫିସର, 13 ଜଣ ଡିଏସପି ଏବଂ 30 ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି । କୋଷ୍ଟଗାର୍ଡ ପକ୍ଷରୁ ପାଟ୍ରୋଲିଂ ମଧ୍ୟ କରାଯାଇଛି ।
ପରେ ମଧ୍ୟାହ୍ନ ଭୋଜନ ପରେ କିଛି ସମୟ ବିଶ୍ରାମ ନେଇ ଅପରାହ୍ନ 3.30 ମିନିଟ୍ରେ ଭୁବନେଶ୍ୱର ଫେରିବେ । ଆଉ ଭୁବନେଶ୍ୱରରୁ ସାଢେ 4ଟାରେ ପହଞ୍ଚି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।












Click it and Unblock the Notifications