ରାଷ୍ଟ୍ରପତି ମୟୁରଭଞ୍ଜ ଗସ୍ତ, ଶୁଭାରମ୍ଭ କରିବେ ତିନୋଟି ନୂଆ ଟ୍ରେନ୍
ମୟୁରଭଞ୍ଜ: ଓଡ଼ିଶା ଗସ୍ତରେ ଆସିଛନ୍ତି ମହାମହିମ । ଗତକାଲି ଠାରୁ ମୟୁରଭଞ୍ଜ ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପରିବାର ଲୋକଙ୍କ ସହ ରାଇରଙ୍ଗପୁରରେ ରାତ୍ରିଯାପନ କରିଛନ୍ତି । ଏହା ପରେ ଆଜି ପାହାଡପୁର ଓ ରାଇରଙ୍ଗପୁରରେ ରାଷ୍ଟ୍ରପତିଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରହିଛି ।
ପ୍ରଥମେ ରାଷ୍ଟ୍ରପତି ନିଜ ବାସଭବନରୁ ବାହାରି ଶ୍ୱଶୁର ଘର ଗାଁରେ ପହଞ୍ଚିବା ପରେ ଏଲଆଣ୍ଡଟି ଦ୍ୱାରା ପରିଚାଳିତ ହେବାକୁ ଥିବା ଦକ୍ଷତା ବିକାଶ କେନ୍ଦ୍ରକୁ ଉଦଘାଟନ କରିବେ । ପରେ ନିଜେ ଗଢିଥିବା ଏସଏଲଏସ୍ ଆବାସିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହିତ ଭାବ ବିନିମୟ କରିବେ । ଏହା ପରେ ରେଳ ବିଭାଗ ଦ୍ୱାରା ପ୍ରସ୍ତୁତ ତିନିଟି ନୂଆ ଟ୍ରେନର ଶୁଭାରମ୍ଭ କରିବେ ।

ବାଦାମପାହାଡ-ରାଉରକେଲା ମେମୁ, ବାଦାମପାହାଡ- ରାଉରକେଲା ସାପ୍ତାହିକ ଓ ବାଦାମପାହାଡ-ସାଲିମାର ସାପ୍ତାହିକ ଟ୍ରେନର ଶୁଭାରମ୍ଭ କରିବେ । ଏହି ଅବସରରେ ରାଷ୍ଟ୍ରପତିଙ୍କ ଦ୍ୱାରା ଅମ୍ରିତ ଷ୍ଟେସନ୍ ଯୋଜନାରେ ବାଦାମପାହାଡ ରେଳ ଷ୍ଟେସନର ଭିତିପ୍ରସ୍ତର ସ୍ଥାପନ ହେବ । ପରେ ରାଇରଙ୍ଗପୁର ନୂଆ ପୋଷ୍ଟାଲ ଡିଭିଜନର ଶୁଭାରମ୍ଭ କରିବେ ରାଷ୍ଟ୍ରପତି । ଏଥି ସହ ଡାକ ବିଭାଗ ଦ୍ୱାରା ସ୍ୱତନ୍ତ୍ର କଭର ଉନ୍ମୋଚନ କାର୍ଯ୍ୟକ୍ରମ ରହିଛି ।
ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଏହା ପରେ ଆସନ୍ତାକାଲି 2 ଦିନିଆ ସମ୍ବଲପୁର ଗସ୍ତ କରିବେ ରାଷ୍ଟ୍ରପତି । ଏହି ସମୟରେ ରାଷ୍ଟ୍ରପତି ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଇଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏଥି ଲାଗି 4 ଘଣ୍ଟା ଧରି ସାଧାରଣ ଦର୍ଶନ ବନ୍ଦ ରହିବ । ମଧ୍ୟାହ୍ନ 2 ଟାରୁ ସନ୍ଧ୍ୟା 6.30 ମିନିଟ୍ ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବା ନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
ସେହିପରି ମଙ୍ଗଳବାର ଦିନ ଅପରାହ୍ନ 4.30 ରୁ 5.30 ମଧ୍ୟରେ ରାଷ୍ଟ୍ରପତି ସମ୍ବଲପୁର ବୁର୍ଲା ବୀର ସୁରେନ୍ଦ୍ରସାହ ବୈଷୟିକ ବିଶ୍ୱବିଦ୍ୟାଳର 15ତମ ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କରିବେ । ଏହା ପୂର୍ବରୁ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ, ସ୍ୱଭାବ କବି ଗଙ୍ଗାଧର ମେହରଙ୍କ ପ୍ରତିମୂର୍ତ୍ତି ଶ୍ରଦ୍ଧାଞ୍ଜଳି ଦେବେ । ସନ୍ଧ୍ୟା 5.45 ରେ ରାଷ୍ଟ୍ରପତି ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ ।
ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ମନ୍ଦିର ପରିସରରେ ପ୍ରସ୍ତୁତି ଚାଲିଛି। ଯେଉଁ ପୂଜକଙ୍କ ପାଳି ପଡ଼ିଛି ସେ ଭାରି ଖୁସି ଅଛନ୍ତି। ମହାମହିମଙ୍କୁ ମା'ଙ୍କର ଦର୍ଶନ କରାଇବାର ସୁଯୋଗ ତାଙ୍କୁ ମିଳିଥିବାରୁ ସେ ଭାରି ଖୁସି ଅଛନ୍ତି ।
ମା' ସମଲେଇଙ୍କ ଦର୍ଶନ କରି ରାଷ୍ଟ୍ରପତି ପୁଣି ବୁର୍ଲା ଫେରିଯାଇ ଏମସିଏଲର ଗେଷ୍ଟ ହାଉସରେ ରାତ୍ରୀ ଯାପନ କରିବେ। ଆସନ୍ତା କାଲି ଅର୍ଥାତ୍ 22 ତାରିଖ ଦିନ ସକାଳ 9 ଟାରୁ 9.55 ପର୍ଯ୍ୟନ୍ତ ରାଷ୍ଟ୍ରପତି ସମ୍ବଲପୁର-ଝାରସୁଗୁଡ଼ା ରାସ୍ତାର ମାଝିପାଲି ସ୍ଥିତ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ପାବନ ସରୋବରରେ ପରିସରରେ ଆୟୋଜିତ ଜାତୀୟ ଶିକ୍ଷା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେବେ ।
-
ଭାରତରେ ବଢ଼ିଲା ପେଟ୍ରୋଲ ଦାମ୍, ଆଜିଠାରୁ ପ୍ରତି ଲିଟର ପିଛା... -
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଏମ୍ଏସ୍ ଧୋନିଙ୍କ ନାଁରେ ଥିବା କ୍ରିକେଟ ଷ୍ଟାଡିୟମ ସିଲ୍












Click it and Unblock the Notifications