Get Updates
Get notified of breaking news, exclusive insights, and must-see stories!

ସ୍ୱାସ୍ଥ୍ୟ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାରୁ ଦୁଇ ଜଣଙ୍କୁ ଫ୍ଲୋରେନ୍ସ ନାଇଟଆଞ୍ଜେଲ୍ ପୁରସ୍କାର

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନିଷ୍ଠାପର ଓ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜାତୀୟ ଫ୍ଲୋରେନ୍ସ ନାଇଟ୍ଆଞ୍ଜେଲ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । 30 ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ରାଷ୍ଚ୍ରପତି ଭବନରେ ସମ୍ବର୍ଦ୍ଧିତ କରିଛନ୍ତି ରାଷ୍ଟ୍ରପତି । ଏଥି ମଧ୍ୟରେ ଓଡ଼ିଶାରୁ ଅଛନ୍ତି ଦୁଇ ଜଣ ।

2022 ଓ 2023 ବର୍ଷ ପାଇଁ ଦେଶର ବଛା ବଛା ସ୍ୱାସ୍ଥ୍ୟକର୍ମୀଙ୍କୁ ଏହି ପୁରସ୍କାର ଦିଆଯାଇଛି । ଓଡ଼ିଶାରୁ ସେବତୀ ସାହୁ ଏବଂ ମଞ୍ଜୁଲତା ମହାରଣାଙ୍କୁ ମିଳିଛି ଏହି ସମ୍ମାନ ।

National Florence Nightingale

2022 ବର୍ଷ ପାଇଁ ନର୍ସ ସେବତୀ ସାହୁଙ୍କୁ ଏହି ପୁରସ୍କାର ମିଳିଛି । ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟରେ ନର୍ସିଂ ଅଫିସର ଅଛନ୍ତି ସେବତୀ । ନର୍ସିଂ ସେବାରେ 18 ବର୍ଷର ଅଭିଜ୍ଞତା ରଖିଥିବା ସେବତୀ କୋଭିଡ୍ ସମୟରେ ସମସ୍ତଙ୍କ ଯତ୍ନ ନେଇଥିଲେ ।

ସେହିପରି 2023 ପାଇଁ ଏଏନଏମ ମଞ୍ଜୁଲତା ମହାରଣାଙ୍କୁ ମଧ୍ୟ ଏହି ସମ୍ମାନ ମିଳିଛି । ପୁରୀ ଜିଲ୍ଲା ସାହସପୁର ଉପ-ସ୍ୱାସ୍ଥ୍ୟକେନ୍ଦ୍ରର ଏଏନଏମ୍ ଭାବେ କାର୍ଯ୍ୟରତ ଅଛନ୍ତି ମଞ୍ଜୁଲତା ମହାରଣା । ଏଏନଏମ୍ ଭାବେ 19 ବର୍ଷ ଧରି ସେବା ଯୋଗାଇ ଆସୁଛନ୍ତି ମଞ୍ଜୁଲତା । ଗତ 3 ବର୍ଷରେ ଅଞ୍ଚଳରେ ମଞ୍ଜୁଲତାଙ୍କ ଅକ୍ଳାନ୍ତ ପରିଶ୍ରମ ଦ୍ୱାରା 99 ପ୍ରତିଶତ ଟିକାକରଣ ସହ ମାତୃ ଓ ଶିଶୁହାର ମୃତ୍ୟୁହାର ଶୂନ ହୋଇ ପାରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+