Get Updates
Get notified of breaking news, exclusive insights, and must-see stories!

ଓଡ଼ିଶା ଗସ୍ତରେ ଆସିବେ ମହାମହିମ, ସୁରକ୍ଷା ନୀରିକ୍ଷଣ ଦାୟିତ୍ୱରେ ରହିବେ 85 ପୋଲିସ୍ ଅଫିସର

ଭୁବନେଶ୍ୱର: ଓଡ଼ିସା ଆସୁଛନ୍ତି ମହାମହିମ । ଆସନ୍ତା 28 ତାରିଖରୁ 2 ତାରିଖ ପର୍ଯ୍ୟନ୍ତ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସୁଛନ୍ତି। ଏହି ସମୟରେ ସେ ଭୁବନେଶ୍ୱର ସମେତ ମୟୁରଭଞ୍ଜ, କେନ୍ଦୁଝର, ବ୍ରହ୍ମପୁର, କଟକ ଓ ସମ୍ବଲପୁର ଗସ୍ତ କରିବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ପାଇଁ କମିସନରେଟ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

president odisha visit

ରାଜଧାନୀରେ ସୁରକ୍ଷା ଦାୟିତ୍ୱରେ ରହିବେ 30 ପ୍ଲାଟୁନ ଫୋର୍ସ । 85 ଜଣ ଅଫିସର ନିରୀକ୍ଷଣ ଦାୟିତ୍ୱରେ ରହିବେ । ଏହା ସହ 3 କ୍ୱିକ ରେସ୍ପନ୍ସ ଟିମ, 2 ଟି ସ୍ପେଶାଲ ଟାକ୍ଟିକାଲ ୟୁନିଟ ସୁରକ୍ଷା ଦାୟିତ୍ୱରେ ରହିବେ । 12 ଅତିରିକ୍ତ ଡିସିପି, 25 ଏସିପି, 40 ଇନ୍ସପେକ୍ଟର ଦାୟିତ୍ୱରେ ରହିବେ । 160 ଟ୍ରାଫିକ ଓ 150 ହୋମଗାର୍ଡ ନିୟୋଜିତ ହେବେ ।

ବ୍ଲୁ ବୁକ ଗାଇଡ଼ଲାଇନ ମୁତାବକ ପୁରା ସହର ପୋଲିସ ଛାଉଣୀ ହେବ । ସଭାସ୍ଥଳରେ ପ୍ରୋଟକଲ ମୁତାବକ ନିମନ୍ତ୍ରିତ ଅତିଥୀଙ୍କ ତଥ୍ୟ ରହିବ । ଭୁବନେଶ୍ୱର ସମେତ ମୟୂରଭଞ୍ଜ, କେନ୍ଦୁଝର, ବ୍ରହ୍ମପୁର, କଟକ, ସମ୍ବଲପୁର ଗସ୍ତ କରିବେ ରାଷ୍ଟ୍ରପତି । କାରକେଡ଼ ଯିବାବେଳେ ସାଧାରଣ ଲୋକଙ୍କ ଟ୍ରାଫିକ ସମସ୍ୟା ନହେବାକୁ ଧ୍ୟାନ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ ।

ରାଷ୍ଟ୍ରପତିଙ୍କ ସମସ୍ତ କାର୍ଯ୍ୟକ୍ରମ ସଡ଼କ ପଥରେ ରହିଥିବାରୁ ସେହି ଅନୁସାରେ ଟ୍ରାଫିକ ବ୍ୟବସ୍ଥା କରାଯାଇଛି । ତେବେ 27 ତାରିଖରେ କାରକେଡ୍ ରିହର୍ସାଲ ହେବ ବୋଲି ଜଣାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+