ଡାକ୍ତରୀ ଏକ ବୃତ୍ତି ନୁହଁ, ଏକ ବ୍ରତ - ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
କଟକ: ଏସସିବି ମେଡିକାଲ କଲେଜ ଏକ ମିନି ଇଣ୍ଡିଆରେ ପରିଣତ ହୋଇଛି । ଗାଁ ଗହଳିରେ ଡାକ୍ତର, ଶିକ୍ଷକ ଓ ଓକିଲଙ୍କୁ ଭଗବାନ ବୋଲି ମାନନ୍ତି । ସେହି କ୍ରମରେ ଡାକ୍ତରୀ ଏକ ବୃତ୍ତି ନୁହଁ ବରଂ ଏକ ବ୍ରତ ବୋଲି କହିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ତିନି ଦିନିଆ ଓଡ଼ିଶା ଗସ୍ତର ପ୍ରଥମ ଦିନରେ କଟକ ଗସ୍ତରେ ଯାଇ SCB ମେଡିକାଲ କଲେଜ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି । କଟକକୁ ବିଶ୍ୱପ୍ରସିଦ୍ଧ ପାଇଁ ଏସ୍ସିବିର ମହତ୍ତ୍ୱପୁର୍ଣ୍ଣ ଭୂମିକା ରହିଛି । ଏହା ଆଜି ଭାରତର ଅଗ୍ରଣୀ ମେଡିକାଲ କଲେଜ ଓ ହସ୍ପିଟାଲ । ସାରା ଦେଶରେ ଆଜି ଏହି ଅନୁଷ୍ଠାନର ପ୍ରସିଦ୍ଧି ରହିଛି । ମୋ ବିଚାରରେ ଡାକ୍ତରି ଲକ ବୃତ୍ତି ନୁହେଁ ଏହା ଏକ ବ୍ରତ ବୋଲି କହିଛନ୍ତି ମହାମହିମ । ଡାକ୍ତର ପ୍ରବୀଣ ହେବା ସହ ଲୋକଙ୍କ ପ୍ରତି ଦରଦ ଥିବା ଆବଶ୍ୟକ । ଡାକ୍ତରଙ୍କୁ ନରରୂପି ନାରାୟଣ ବୋଲି କୁହାଯାଇଥାଏ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ।












Click it and Unblock the Notifications