ଓଡ଼ିଶାରେ ମହାମହିମ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, କ'ଣ ରହିଛି ସକାଳ ଜଳଖିଆ
ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଏହା ପରେ ସିଧାସଳଖ ପୁରୀ ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେବେ ମହାମହିମ ।
ଭୁବନେଶ୍ୱର : ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଏହା ପରେ ସିଧାସଳଖ ପୁରୀ ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେବେ ମହାମହିମ । ଦେଶର ସର୍ବୋଚ୍ଚ ସ୍ଥାନରେ ଅଳଙ୍କୃତ ହେବା ପରେ ଏହା ହେଉଛି ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ ।
ଭୁବନେଶ୍ୱର ବିମାନ ବନ୍ଦରରୁ ସ୍ୱତନ୍ତ୍ର ହେଲକପ୍ଟର ଯୋଗେ 11.40 ମିନିଟ ସମୟରେ ପୁରୀ ତାଳବଣିଆ ହେଲିପ୍ୟାଡ଼ରେ ପହଞ୍ଚିବେ । ପୁରୀରେ ମହାମହିମଙ୍କୁ ସ୍ୱାଗତ କରିବେ ମହାରାଜା ଦିବ୍ୟସିଂହ ଦେବ । ଏହାପରେ ପୁରୀ ଶ୍ରୀମନ୍ଦିର ଦର୍ଶନ କରିବେ । ରାଷ୍ଟ୍ରପତି ଅପରାହ୍ନ 2 ଟା 10 ରେ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଫେରିଆସିବେ ।

ଦିନ 2ଟା 50 ରେ ଭୁବନେଶ୍ୱରରେ ପହଞ୍ଚି 3 ଟା 15 ରୁ 4 ଟା15 ମଧ୍ୟରେ ବିଭିନ୍ନ ଛକରେ ଥିବା ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ । ରାଜଧାନୀର 6ଟି ଭିନ୍ନ ଭିନ୍ନ ସ୍ଥାନରେ ଥିବା 8 ଜଣ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ରାଷ୍ଟ୍ରପତି ।
ମହାମହିମଙ୍କ ପାଇଁ ମହାପ୍ରସାଦରରେ କାନିକା, ଖେଚୁଡ଼ି, ବିରିପିଠା, ମଞ୍ଜା-କଖାରୁ ରାଇ, ସନ୍ତୁଳା, ହବିଷ ଖଟା ବା ଓଉ ଖଟା ଆଦି ରହିଛି। ସକାଳ ଧୂପରେ ମହାପ୍ରଭୁଙ୍କୁ ଲାଗି ହେଉଥିବା ମହାପ୍ରସାଦ ରାଷ୍ଟ୍ରପତିଙ୍କୁ ଦେବା ପାଇଁ ନିଷ୍ପତି ହୋଇଛି । ଏଣ୍ଡୁରି, ଚନ୍ଦ୍ରକାନ୍ତି, ଝିଲ୍ଲୀ, ହଂସକେଳି, ବିରି ପିଠା ଦିଆଯିବ । କାନିକା, ଖେଚୁଡି, ମିଠା ଡାଲି, ଡାଲମା, ଶାଗ ଭଜା, ଗୋଟା ମୁଗ ତରକାରୀର ବ୍ୟବସ୍ଥା ବି କରାଯାଇଛି ।
ତେବେ ଏହା ପୂର୍ବରୁ ପୁରୀ ରାଜଭବନରେ ରାଷ୍ଟ୍ରପତିଙ୍କ ପାଇଁ ଜଳପାନ କରିବାର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ତରଭୁଜ ଜୁସ, ସପୁରୀ ଜୁସ, ବିଭିନ୍ନ ଫଳ ଜୁସ, ଡାଏଟ କୋକ, ଭିନ୍ ଓ୍ବାଟର, ମିନେରାଲ ପାଣି, ଚା ଓ କଫି, ପଇଡ଼ ପାଣି, ଚିଜ୍ ଓ ଚଟନି ସାଣ୍ଡଓ୍ବିଚ୍, କିସମିସ ମିଶା କଦଳୀ କେକ୍, ଆପୁଲ କ୍ରୋସାଣ୍ଟ, ପୋଦିନା ଓ ତେନ୍ତୁଳି ଚଟଣୀ ସହ ଆଳୁ ଚପ୍, କର୍ନ ଚିଜ୍ ରାପ୍ ରହିଛି ।
ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଓ ପୁରୀରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ସୁରକ୍ଷା ପାଇଁ ମୋଟ ୫୮ ପ୍ଲାଟୁନ୍ ଫୋର୍ସ ମୂତୟନ କରାଯିବ। କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି କାରକେଡ୍ ରିହର୍ସଲ କରାଯାଇଛି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ଓଡ଼ିଶା ଗସ୍ତ ପାଇଁ ଭୁବନେଶ୍ବରରେ ଦିନ ଗୋଟିଏରୁ ଛୁଟି ଘୋଷଣା ହୋଇଛି। ବିଏମ୍ସିରେ ଥିବା ସମସ୍ତ ସରକାରୀ ଦପ୍ତର ଓ ସରକାରୀ ତଥା ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ସଫଳତାକୁ ଦୃଷ୍ଟିରେ ରଖି ତାଙ୍କ ସମ୍ମାନାର୍ଥେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏହି ଛୁଟି ଘୋଷଣା କରାଯିବା ସଂପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି।
-
ଆମେରିକା ଏବଂ ଇରାନ ବିବାଦ ;ଟ୍ରମ୍ପଙ୍କୁ ଧୋକା ଦେଲେ ଏହି ଦେଶ -
କ୍ରସ୍ ଭୋଟିଂକୁ ନେଇ ନବୀନଙ୍କ ପ୍ରତିକ୍ରିୟା, କହିଲେ ବିଜେପି... -
କଟକ SCB ଅଗ୍ନିକାଣ୍ଡ ; ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି,ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ -
ବିଧାୟିକା ଉପାସନାଙ୍କ ଭୋଟ୍କୁ ନେଇ ନବୀନଙ୍କ ଅଭିଯୋଗ -
୨ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା, ଜିତିବା ପାଇଁ ଲଢୁଥିଲୁ;ବିଜୟ ମହାପାତ୍ର -
କ୍ରସ୍ ଭୋଟିଂକୁ ନେଇ ପିସିସି ସଭାପତିଙ୍କ ବିସ୍ଫୋରକ ବୟାନ -
ଅଣ୍ଡା ପ୍ରେମୀଙ୍କ ପାଇଁ ଖୁସି ଖବର ; କମିଲା ରେଟ, ଜାଣନ୍ତୁ କେତେ? -
ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ -
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ -
ଦିଲ୍ଲୀ ହାଇକୋର୍ଟରେ ୧୦କୋଟି ଟଙ୍କାର କେସ୍ ଦାଏର କଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଝିଅ, ଜାଣନ୍ତୁ ପୁରା ଘଟଣା -
ନିର୍ବାଚନ ପୂର୍ବରୁ ମମତାଙ୍କୁ ଝଟକା, ଆକ୍ସନ ମୁଡକୁ ଆସିଲେ ନିର୍ବାଚନ କମିଶନ












Click it and Unblock the Notifications