ରଥଯାତ୍ରା ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି, ରଥକାଠ ପାଇଁ ହେବ ଗଛକଟା
ପୁରୀ: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ରଥ କାଠ ନିମନ୍ତେ ଗଛକଟା ଅନୁକୂଳ ପାଇଁ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୟାଗଡ଼ ଅଭିମୁଖେ ଯାତ୍ରା କରିବ ସ୍ୱତନ୍ତ୍ର ଟିମ ।
ଏହି ଟିମରେ ଶ୍ରୀମନ୍ଦିର ରଥ ତତ୍ତ୍ୱାବଧାରକ, ରଥ ଅମିନ ଓ ଭୋଇ ସର୍ଦ୍ଦାର ଯିବାକୁ ଥିବାବେଳେ ଅନୁକୂଳ ନିମନ୍ତେ ସାଙ୍ଗରେ ମହାପ୍ରଭୁଙ୍କ ଲାଗି ମାଳମହାର୍ଦ୍ଦ, ଖଣ୍ଡୁଆ, ଧୂପଦୀପ, ନଡ଼ିଆ ପ୍ରଭୃତି ନିଆଯିବ ।

ପରମ୍ପରା ଅନୁଯାୟୀ ରଥକାଠ ନିମନ୍ତେ ଗଛ କଟାଯିବା ପୂର୍ବରୁ ଗଛ ଚିହ୍ନଟ ହୋଇ ଗଣିଆର ବଡରାଉଳ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ ହୋଇ ଗଛକଟା ଅନୁକୂଳ କରାଯିବ । ପରେ ଆବଶ୍ୟକୀୟ ଗଛ କଟାଯାଇ ନୟାଗଡ଼ ବନବିଭାଗ ଶ୍ରୀମନ୍ଦିର ପ୍ରଶାସନ ନିକଟକୁ ପଠାଇବ ।
ତେବେ ରଥ ସହିଁତା ଅନୁଯାୟୀ ତିନି ରଥ ନିର୍ମାଣ ଲାଗି ମୋଟ 865 ଖଣ୍ଡ କାଠ ଆବଶ୍ୟକତା ରହିଥିବା ବେଳେ ଗତ ବର୍ଷର 53 ଖଣ୍ଡ କାଠ ବଳକା ରହିଛି । ଆବଶ୍ୟକୀୟ ମୋଟ 812 ଖଣ୍ଡ କାଠ ଚିହ୍ନଟ କରିବ ଟିମ । ଯାହାକୁ ପର୍ଯ୍ୟାୟ କ୍ରମେ ବନବିଭାଗ ପକ୍ଷରୁ ଶ୍ରୀମନ୍ଦିର ନିକଟକୁ କଟାଯାଇ ପଠାଯିବ ।












Click it and Unblock the Notifications