ଆସନ୍ତା କାଲି ପିପିଲି ଭୋଟ୍ ଗଣତି, ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ହେବ ଭୋଟ୍ ଗଣତି

ଆସନ୍ତା କାଲି ପ୍ରକାଶ ପାଇବ ପିପିଲି ଉପ ନିର୍ବାଚନ ଫଳାଫଳ । ଏନେଇ ସମସ୍ତ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ।

ଭୁବନେଶ୍ୱର : ଆସନ୍ତା କାଲି ପ୍ରକାଶ ପାଇବ ପିପିଲି ଉପ ନିର୍ବାଚନ ଫଳାଫଳ । ଏନେଇ ସମସ୍ତ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ।

ଆସନ୍ତା କାଲି ସକାଳ 8 ଟାରୁ ଭୋଟ୍ ଗଣତି ଆରମ୍ଭ ହେବ । 3ଟି ହଲରେ କାଉଣ୍ଟିଂ ହେବାକୁ ଥିବା ବେଳେ 2ଟି ହଲରେ ଇଭିଏମ୍, ଗୋଟିଏ ହଲରେ ପୋଷ୍ଟାଲ ବାଲାଟ୍ କାଉଣ୍ଟିଂ ହେବ । ସକାଳ 8 ଟାରୁ ପୋଷ୍ଟାଲ ବାଲାଟ୍ ଗଣତି ଆରମ୍ଭ ହେବ, ଏହା ପରେ ସାଢେ 8ରୁ ଇଭିଏମ୍ କାଉଣ୍ଟିଂ ହେବ ।

sushil lohani

ପୁରୀ ପେଣ୍ଠକଣ୍ଟାର ଇଭିଏମ୍ ୱେୟାର ହାଉସରେ କାଉଣ୍ଟିଂ ହେବ । ଏଥିଲାଗି ତିନି ଜଣ ଆଡିସନାଲ୍ ଏଆରଓଙ୍କ ନୁଯୁକ୍ତି କରାଯାଇଛି । ନିର୍ବାଚନ ଅବଜରଭରଙ୍କ ତତ୍ତ୍ୱାବଧାନରେ ଭୋଟ୍ ଗଣତି ହେବ । କାଉଣ୍ଟିଂ ହଲରେ କାଉଣ୍ଟିଂ ଅଫିସର, ସୁପରଭାଇଜର ଓ ମାଇକ୍ରୋ ଅବଜରଭର ରହିବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି ।

ଗଣତିରେ ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରାଯିବ। ECI ଗାଇଡଲାଇନ୍ ଅନୁଯାୟୀ, ଯେଉଁମାନେ ଭୋଟିଂ କେନ୍ଦ୍ରରେ ରହିବେ ସେମାନେ କରୋନା ପ୍ରୋଟୋକଲ୍ ସହ ଦୁଇଟି ଡୋଜ୍ ଭ୍ୟାକ୍ସିନ ନେଇଥିବା ଜରୁରୀ । ସେନେଇ ନଜର ରଖାଯାଇଥିବା ବେଳେ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ ହେବ । ପ୍ରତି ରାଉଣ୍ଡର ଫଳ ବଡ଼ ସ୍କ୍ରିନରେ ଡିସପ୍ଲେ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି । 5ଟି ଟେବୁଲରେ ରେଜଲ୍ଟ ଓ ଭିଭିପାଟ୍ ମ୍ୟାଚ୍ ହେବ । ଭୋଟ୍ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପିପିଲି ରେଜଲ୍ଟ ନିର୍ବାଚନ ଅଧିକାରୀଙ୍କ ୱେବସାଇଟରେ ମଧ୍ୟ ପ୍ରକାଶ ପାଇବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+