ବିଜେଡ଼ି ବାଚସ୍ପତି ପ୍ରାର୍ଥୀ ହେବେ ପ୍ରମିଳା ମଲ୍ଲିକ
ଭୁବନେଶ୍ୱର: ପ୍ରମିଳା ମଲ୍ଲିକ ହେବେ ବିଜେଡି ବାଚସ୍ପତି ପ୍ରାର୍ଥୀ । ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ହେବେ ବାଚସ୍ପତି ପ୍ରାର୍ଥୀ । ପ୍ରମିଳା ମଲ୍ଲିକଙ୍କୁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ଆସନ୍ତାକାଲି ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରମିଳା । ଏହା ପରେ 22 ତାରିଖ ସକାଳ 9.30 ରେ ହେବ ବାଚସ୍ପତି ନିର୍ବାଚନ ।

ଏହା ପୂର୍ବରୁ 21 ତାରିଖରେ ବାଚସ୍ପତି ନିର୍ବାଚନ ନେଇ ଘୋଷଣା ହୋଇଥିଲା । କିନ୍ତୁ ପରେ ନୂଆଁଖାଇ ପାଇଁ ଗୋଟିଏ ଦିନ ଘୁଞ୍ଚାଯାଇଛି । ନୂଆ ନିଷ୍ପତି ଅନୁଯାୟୀ 22 ତାରିଖ ସକାଳ 9.30 ମିନିଟରେ ବାଚସ୍ପତି ନିର୍ବାଚନ ହେବ ।
ଏହା ପୂର୍ବରୁ କିଏ ହେବେ ନୂଆ ବାଚସ୍ପତି, ସେ ନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଥିଲା । ଏପରିକି ଏଥର ବିଜେଡ଼ି ମହିଳା ବାଚସ୍ପତି ପ୍ରାର୍ଥୀ ଦେବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା । ଏହା ସହଗ ବାଚସ୍ପତି ଦୌଡ଼ରେ ବରିଷ୍ଠ ନେତା ପ୍ରଫୁଲ ସାମଲ, ଦେବୀ ମିଶ୍ର, ଅମର ଶତପଥୀ ଓ ନୃସିଂହ ସାହୁ ଥିଲେ । ତେବେ 22 ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ବାଚସ୍ପତି ନିର୍ବାଚନ ହେବ ।
ସୂଚନା ଥାଉକି, ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେବା ପରଠାରୁ ବିଧାନସଭା ବାଚସ୍ପତି ପଦ ଖାଲି ପଡ଼ିଛି । ମେ 12 ତାରିଖରେ ହଠାତ୍ ବ୍ୟକ୍ତିଗତ କାରଣ ଦର୍ଶାଇ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ଆରୁଖ । ଏହା ପରେ ଅର୍ଥମନ୍ତ୍ରୀ ହୋଇଥିଲେ ବିକ୍ରମ ଆରୁଖ । ହେଲେ ସେବେଠୁ ବାଚସ୍ପତି ପଦ ଖାଲି ପଡ଼ିଛି । ସେବେଠୁ ଉପ ବାଚସ୍ପତି ରଜନିକାନ୍ତ ସିଂ ଆକ୍ଟିଂ ବାଚସ୍ପତି ଦାୟିତ୍ୱ ନିର୍ବାହ କରିଆସୁଛନ୍ତି ।












Click it and Unblock the Notifications