ମଞ୍ଚରେ ଶକ୍ତି ମନ୍ତ୍ରୀ, ଚାଲିଗଲା ବିଜୁଳି... ଗରମରେ ବସିଲେ ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ବିଦ୍ୟୁତ୍ କାଟ୍ ହେଉନଥିବା ନେଇ ବାରମ୍ବାର ସଫେଇ ଦେଉଛନ୍ତି ଶକ୍ତି ମନ୍ତ୍ରୀ । କିନ୍ତୁ ଅଘୋଷିତ ବିଦ୍ୟୁତ୍ କାଟ୍ ର ଅସଲ କଥଆ ପଦାରେ ପଡ଼ିଛି । ମଞ୍ଚରେ ଖୋଦ୍ ଶକ୍ତି ମନ୍ତ୍ରୀ ଥିବା ବେଳଏ ଚାଲିଗଲା ବିଜୁଳି । କିଛି ସମୟ ପାଇଁ ଗରମ ଗୁଳୁଗୁଳିରେ ବସିଲେ ମନ୍ତ୍ରୀ ।
ବାହାନଗାରେ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିବା ପାଇଁ ହେଉଥିବା ସଭା ଆରମ୍ଭରେ ଏପରି ଘଟଣା ଘଟିଛି । ସଭାରେ ଉପସ୍ଥିତ ଥିଲେ ଶକ୍ତି ମନ୍ତ୍ରୀ । ଏପରି ଘଟଣା ପରେ ନିଜେ ଶକ୍ତି ମନ୍ତ୍ରୀ ପ୍ରତାପ ଦେବଙ୍କ ଉପସ୍ଥିତିରେ ବିଦ୍ୟୁତ କାଟ୍ ହେବା ପରେ ରାଜ୍ୟର ଅନ୍ୟ ସମସ୍ତ ଅଞ୍ଚଳକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ବିଭିନ୍ନ ସମୟରେ ଶକ୍ତିମନ୍ତ୍ରୀ ପ୍ରତାପ ଦେବ କହିଥିଲେ ବିନା କାଳବୈଶାଖୀ କିମ୍ବା ବର୍ଷା ନହେଲେ ବିଜୁଳି କାଟ ହୁଏ ନାହିଁ । କିନ୍ତୁ ଆଜିର ସ୍ଥିତି ଅସଲ ଚେହେରା ପଦାରେ ପକେଇ ଦେଇଛି ।
ସେପଟେ ରାଜ୍ୟରେ ବିଦ୍ୟୁତ୍ କାଟ୍ ପ୍ରସଙ୍ଗକୁ ନେଇ ଛାତ୍ର କଂଗ୍ରେସ ପ୍ରତିବାଦ କରିଛି । ଶକ୍ତିମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ର କଂଗ୍ରେସ । ଲଣ୍ଠନ ଓ ବିଞ୍ଚଣା ଧରି ପ୍ରତିବାଦ ପ୍ରଦର୍ଶନ କରିବା ସହ ଟମାଟୋ ମାଡ଼ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ ।
ଗ୍ରୀଷ୍ମ ପ୍ରବାହ ବେଳେ ବାରମ୍ବାର ବିଦ୍ୟୁତ କାଟ ହେବାକୁ ନେଇ ପ୍ରଶ୍ନରେ ବିଦ୍ୟୁତ କାଟ୍ ହେଉନି ବରଂ ପାଓ୍ବାର କଟ ହେଉଛି ବୋଲି କହିଥିଲେ ଶକ୍ତିମନ୍ତ୍ରୀ ପ୍ରତାପ ଦେବ । ତେବେ ଭିତ୍ତିଭୂମୀ ଦୁର୍ବଳ ହୋଇଛି ବୋଲି ଶକ୍ତିମନ୍ତ୍ରୀ ସ୍ୱୀକାର କରିଥିଲେ ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications