Get Updates
Get notified of breaking news, exclusive insights, and must-see stories!

ଓଡ଼ିଶାରେ କମିଛି ଦାରିଦ୍ର୍ୟ ହାର, ଉତ୍ତର ରଖିଲେ ଯୋଜନା ଓ ସଂଯୋଜନ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ରାଜ୍ୟରେ କମିଛି ଦାରିଦ୍ର୍ୟ । ପାଞ୍ଚ ବର୍ଷ ମଧ୍ୟରେ ଓଡ଼ିଶାରେ ବହୁମୁଖୀ ଦାରିଦ୍ର୍ୟ 29.35 ପ୍ରତିଶତ ରୁ 15.68 ପ୍ରତିଶତକୁ ହ୍ରାସ ପାଇଛି ।

ନୀତି ଆୟୋଗଙ୍କ ଦ୍ୱାରା ଜୁଲାଇ -2023 ରେ ପ୍ରକାଶିତ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ ଅନୁଯାୟୀ, 2015-16 ରୁ 2019-20 ପାଞ୍ଚ ବର୍ଷ ମଧ୍ୟରେ ଓଡ଼ିଶାରେ ବହୁମୁଖୀ ଦାରିଦ୍ର୍ୟ 29.35 ପ୍ରତିଶତ ରୁ 15368 ପ୍ରତିଶତକୁ ହ୍ରାସ ପାଇଛି ।

poverty

ଏହି ରିପୋର୍ଟ ଅନୁଯାୟୀ, ଉକ୍ତ ପାଞ୍ଚ ବର୍ଷରେ ଜାତୀୟ ସ୍ତରରେ ବହୁମୁଖୀ ଦାରିଦ୍ର୍ୟ ହାର 24.85 ପ୍ରତିଶତରୁ 14.96 ପ୍ରତିଶତକୁ ହ୍ରାସ ପାଇଛି । ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ପାଞ୍ଚଟି ରାଜ୍ୟରେ ବହୁମୁଖୀ ଦାରିଦ୍ର୍ୟ ଦ୍ରୁତ ହ୍ରାସ ପାଇଛି । ଏଥିରୁ ଓଡ଼ିଶା ଅନ୍ୟତମ । ଏ ନେଇ ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ।

FRBM Act ଓ Rule ଅନୁଯାୟୀ ବାର୍ଷିକ ବଜେଟ, 2023-24 ସହ ଉପସ୍ଥାପିତ ବିବରଣୀରେ 2022-23 ଆର୍ଥିକବର୍ଷ ପାଇଁ ଅଗ୍ରୀମ ଆକଳନ ଅନୁସାରେ ଚଳିତ ଆର୍ଥିକବର୍ଷରେ ରାଜ୍ୟର ପ୍ରକୃତ ଅଭିବୃଦ୍ଧି ହାର 8 ପ୍ରତିଶତ ହେବ ବୋଲି ପୂର୍ବାନୁମାନ କରାଯାଇଛି । ଏହା ପୂର୍ବ ବର୍ଷର ପ୍ରକୃତ ଅଭିବୃଦ୍ଧିଠାରୁ 0.2 ଅଧିକ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+