Get Updates
Get notified of breaking news, exclusive insights, and must-see stories!

ଡ୍ୟୁଟି ସମୟରେ ଶିକାରୀ ସହ ଲଢି ହୋଇଥିଲେ ସହିଦ, ମିଳିବ ମରଣୋତ୍ତର ସମ୍ମାନ

ଭୁବନେଶ୍ୱର : ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ କାର୍ଯ୍ୟରତ ସମୟରେ ପ୍ରାଣ ହରାଇଥିବା ସାହସୀ ବନ କର୍ମଚାରୀଙ୍କୁ ମିଳିବ ମରଣୋତ୍ତର ସମ୍ମାନ । ସ୍ୱର୍ଗତ ମାଥି ହାଁସଦା, ସ୍ୱର୍ଗତ ବିମଳ କୁମାର ଜେନାଙ୍କୁ ମିଳିବ ମରଣୋତ୍ତର ସମ୍ମାନ । ସେହିପରି ହିମାଂଶୁ ଶେଖର ସେଠୀଙ୍କୁ ତାଙ୍କର ଅସାଧାରଣ ସାହସିକତା ଓ ବୀରତ୍ୱ ପାଇଁ ସାହସିକ ପୁରସ୍କାର ପ୍ରଦାନ କରାଯିବ । ସେମାନଙ୍କର ଉତ୍ସର୍ଗିକୃତ ସେବା, ତ୍ୟାଗ ଓ ବଳିଦାନ ପାଇଁ ଏହି ସମ୍ମାନ ସମ୍ମାନିତ କରାଯିବ ।

mathi hansda

ଆସନ୍ତା 29 ତାରିଖରେ ଉତ୍ତରାଖଣ୍ଡର କର୍ବେଟ ଟାଇଗର ରିଜର୍ଭରେ 'ବିଶ୍ୱ ବ୍ୟାଘ୍ର ଦିବସ' ପାଳନ ଅବସରରେ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏହି ପୁରସ୍କାର ପ୍ରଦାନ କରିବ ।

ସ୍ୱର୍ଗତ ହାଂସଦା ଜଣେ ଅତି ଉତ୍ସର୍ଗୀକୃତ ଅଧିକାରୀ ଥିଲେ । ଶିମିଳିପାଳ ଅଭୟାରଣ୍ୟରେ ଶିକାରୀ ଦମନରେ ସେ ପ୍ରମୁଖ ଭୂମିକା ନେଇଥିଲେ । ଯେଉଁଥିପାଇଁ ଶିମିଳିପାଳ ଟାଇଗର ରିଜର୍ଭର ସମ୍ପୂର୍ଣ୍ଣ ସୁରକ୍ଷିତ ରହିଥିଲା । ତେବେ 2023 ଜୁନ 16 ତାରିଖ ରାତିରେ ଶ୍ରୀ ହାଂସଦା ଓ ହିମାଂଶୁ ଶେଖର ସେଠୀ ଅନ୍ୟ ବନ କର୍ମଚାରୀଙ୍କ ସହ ପାଟ୍ରୋଲିଂରେ ଯାଇଥିବା ବେଳେ ଗୁଳି ଶଦ୍ଦ ଶୁଣି ଥିଲେ । ପରେ 6 ଜଣ ଶିକାରୀଙ୍କୁ କାବୁ କରିବାକୁ ଉଦ୍ୟମ କରିଥିଲେ । ତେବେ ହିମାଂଶୁ ଶେଖର ସେଠୀ ଶିକାରୀଙ୍କଠାରୁ ବନ୍ଧୁକ ଛଡାଇ ଆଣୁଥିଲେ । ଏହି ସେହି ସମୟରେ ଜଣେ ଶିକାରୀ, ଶ୍ରୀ ହାଂସଦାଙ୍କୁ ଗୁଳି କରିଥିଲା । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ି ଯାଇଥିଲେ ଶ୍ରୀ ହାଂସଦା । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କରଞ୍ଜିଆ ହସ୍ପିଟାଲରେ ଭର୍ତ୍ତି କରିଥିଲେ ଶ୍ରୀ ସେଠୀ । ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସେହିପରି ସ୍ୱର୍ଗତ ବିମଲ କୁମାର ଜେନା ନିଜର ସହକର୍ମୀଙ୍କ ସହ 2023 ମେ' 22 ତାରିଖ ସନ୍ଧ୍ୟାରେ କଳସିଡୁବା ଅଞ୍ଚଳକୁ ପାଟ୍ରୋଲିଂରେ ଯାଇଥିଲେ । ଏହି ସମୟରେ 8 ରୁ 10 ଜଣ ଶିକାରୀ ହରିଣ ମାରି କାନ୍ଧରେ ବୋହି ନେଉଥିଲେ । ଏହା ଦେଖି ଶ୍ରୀ ଜେନା ସେମାନଙ୍କୁ ଅଟକାଇ ଥିଲେ । ଶିକାରୀମାନେ ସେଠାରୁ ଚମ୍ପଟ ମାରିବାକୁ ଚେଷ୍ଟା କରୁଥିଲେ । ଏହା ଦେଖି ଶ୍ରୀ ଜେନା ଅଧିକ ଫୋର୍ସ ମଗାଇବା ବାର୍ତ୍ତା ପଠାଇଥିଲେ । ବନ କର୍ମଚାରୀମାନେ ପହଞ୍ଚିବା ପୂର୍ବରୁ ଶିକାରୀମାନେ ଶ୍ରୀ ଜେନାଙ୍କୁ ଗୁଳି କରିଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+