ଅନଲାଇନ୍ ଠକ ଚାଇନିଜ୍ ଅଭିଯୁକ୍ତ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର
ଭୁବନେଶ୍ୱର: ଅନଲାଇନ୍ ଠକ ଚାଇନିଜ୍ ଅଭିଯୁକ୍ତ ଲୁଟିନେଇଛି 100 କୋଟିରୁ ଅଧିକ ଟଙ୍କା । ପ୍ୟାନ୍ ଇଣ୍ଡିଆ ଅନଲାଇନ୍ ପଞ୍ଜି ସ୍କାମ୍ ଜରିଆରେ ଅନେକ ଲୋକଙ୍କୁ ଚୂନା ଲଗାଇଛି ଚାଇନିଜ୍ ଠକ । ପ୍ରାୟ 100 କୋଟିରୁ ଅଧିକ ଟଙ୍କା ଠକିଥିବା ଅଭିଯୋଗ ହୋଇଛି ।

ବର୍ତ୍ତମାନ ଫେରାର ଚାଇନିଜ ଅଭିଯୁକ୍ତ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି କରିଛି ଓଡିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ଏହି ଚାଇନିଜ୍ ଅଭିଯୁକ୍ତ ହେଉଛି ଗୁଆନହ୍ୱନ୍ ୱାଙ୍ଗ । ଅଭିଯୁକ୍ତର ବୟସ 40 ବର୍ଷ ହୋଇଥିବାବେଳେ ଘର ଚୀନର ହାଙ୍ଗଝୋଉ ବୋଲି ଜଣାପଡିଛି ।
ଅଭିଯୁକ୍ତ ବିଭିନ୍ନ ସଂସ୍ଥା ଜରିଆରେ ଏହି ଠକେଇ କରିଥିଲା । 2019 ରୁ 2020 ଭିତରେ 6 ଥର ଭାରତ ବି ଆସିଥିଲା । ତା' ପରଠାରୁ ଚାଇନାରେ ରହି ଭାରତରେ ଥିବା ବିଭିନ୍ନ ଜାଲ ସଂସ୍ଥା ସହ ଯୋଗାଯୋଗ କରି ସ୍କାମ କରିଥିଲା । ଆଉ ଏଥିପାଇଁ ଅନେକ ଲୋକ ଠକାମୀର ଶିକାର ହୋଇଥିଲେ । ଅନେକ ଲୋକ ଠକାମୀର ଶିକାର ହୋଇଥିବାବେଳେ ଏବେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା 70 ଲକ୍ଷ ଟଙ୍କା ଫ୍ରିଜ୍ କରିଛି ।
ପୂର୍ବରୁ ମଧ୍ୟ ଏଭଳି ଠକେଇ ନେଇ 3 ଜଣ ଚୀନ ନାଗରିକଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି କରିଥିଲା ଇଓଡବ୍ଲୁ । ହେଲେ ଏମାନଙ୍କୁ ଏ ଯାଏଁ ଧରାଯାଇପାରିନାହିଁ ଏବେ ପୁଣି ଆଉ ଜଣଙ୍କ ବିରୋଧରେ ସର୍କୁଲାର ଜାରି କରାଯାଇଛି ।












Click it and Unblock the Notifications