ବ୍ରେକ୍ ଫେଲ୍ ହେଲା ପୋଲିସ୍ ବସ୍, 10 ପୋଲିସ୍ କର୍ମଚାରୀ ଆହତ
ମୟୂରଭଞ୍ଜ: ବ୍ରେକ୍ ଫେଲ୍ ହେଲା ପୋଲିସ୍ ବସ୍ । ବାଙ୍ଗିରପୋଷୀ ଘାଟିରେ ପୋଲିସ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ 10 ଆହତ ହୋଇଛନ୍ତି । ଜଣେ ପୁଲିସ କର୍ମଚାରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି । ଦୁର୍ଘଟଣାରେ ସମସ୍ତ ଆହତଙ୍କୁ ବାଙ୍ଗିରିପୋଷି ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି ।

କରଞ୍ଜିଆରୁ ବାରିପଦା ଯିବାବେଳେ ବାଙ୍ଗିରିପୋଷି ଘାଟିରେ ଦୁର୍ଘଟଣା ହୋଇଛି । ପୋଲିସ ଭ୍ୟାନ୍ ଘାଟିରେ ବ୍ରେକ୍ ଫେଲ୍ ହେବାରୁ ଆଗରେ ଥିବା ଟ୍ରକ୍ରେ ପିଟି ହୋଇଥିଲା । ପୋଲିସ ଗାଡ଼ିରେ ପ୍ରାୟ 20 ଜଣ ପୋଲିସ ଡ୍ୟୁଟି ପାଇଁ ଯାଉଥିବା ବେଳେ ବାରିପଦା ଘାଟିରେ ଏଭଳି ଦୃର୍ଘଟଣା ଘଟିଛି ।












Click it and Unblock the Notifications