ଆକ୍ସନ ମୋଡ଼ରେ ଶିମିଳିପାଳ ପୋଲିସ୍, ଜବତ ହେଲା 7 ଦେଶୀ ବନ୍ଧୁକ

ମୟୁରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟକୁ ଶିକାର ଓ ଶିକାରୀ ମୁକ୍ତ କରିବାକୁ ଆକ୍ସନ ମୋଡ଼୍ ରେ ଶିମିଳିପାଳ ପୋଲିସ୍ ଓ ବନ ବିଭାଗ । ଶିକାରୀ ଆକ୍ରମଣରେ ଦୁଇ ବନ କର୍ମଚାରୀ ସହିଦ ହେବା ପରେ ତତ୍ପର ହୋଇ ଉଠିଛି ପୋଲିସ୍ ଓ ବନ ବିଭାଗ । ଶିକାରୀଙ୍କୁ ଧରିବାକୁ ଜାରି ରଖିଛି ସର୍ଚ୍ଚ ଅପରେସନ୍ ।

ଏହି ସମୟରେ 71 ଟି ଦେଶୀ ବନ୍ଧୁକ ଜବତ କରିଛି ପୋଲିସ୍ । ଦ୍ୱିତୀୟ ପର୍ଯ୍ୟାୟ ସର୍ଚ୍ଚ ଅପରେସନ ସମୟରେ ଶିମିଳିପାଳ ପାଦଦେଶରୁ 71 ଟି ଦେଶୀ ବନ୍ଧୁକ ଜବତ କରିଛି ପୋଲିସ । ଏନେଇ ଜିଲ୍ଲା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

similipal

ଉଭୟ ବନ ବିଭାଗ ଓ ପୋଲିସର ମିଳିତ ଟିମ୍ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ 156 ଦେଶୀ ବନ୍ଧୁକ ଜବତ ହୋଇଥିଲା । ପରେ ଦ୍ୱିତୀୟ ପର୍ଯ୍ୟାୟ ସର୍ଚ୍ଚ ଅପରେସନ୍ ବେଳେ ମିଳିଛି 71 ଟି ବନ୍ଧୁକ । ବିଭିନ୍ନ ଥାନା ଅଞ୍ଚଳରେ ବନ ବିଭାଗ ଓ ପୋଲିସର ସର୍ଚ୍ଚ ଅପରେସନ କରି ବନ୍ଧୁକ ଜବତ କରିଛି ।

ଶିକାରୀ ଆକ୍ରମଣରେ ଦୁଇ ବନ କର୍ମଚାରୀ ସହିଦ ହେବା ପରେ ଶିକାରୀମୁକ୍ତ ଅଭିଯାନ ଆରମ୍ଭ କରିଥିଲା ପୋଲିସ । ଜୁନ 18 ତାରିଖରୁ ପୋଲିସ ପକ୍ଷରୁ ଶିମିଳିପାଳକୁ ଶିକାର ଓ ଶିକାରୀମୁକ୍ତ ପାଇଁ 9 ଥାନା ଅଧୀନସ୍ଥ ଜଙ୍ଗଲ ସଂଲଗ୍ନ ଗ୍ରାମମାନଙ୍କରେ ଏହି ଅଭିଯାନ ଆରମ୍ଭ ହୋଇଥିଲା । 4ପ୍ଲାଟୁନ ପୁଲିସ ଫୋର୍ସ ସହିତ ଥାନା କର୍ମଚାରୀ ଏଥିରେ ସାମିଲ ଥିଲେ । ଏହି ସମୟରେ 40 ଟି ମାମଲା ରୁଜୁ ସହିତ 165 ଟି ବନ୍ଧୁକ, ଗୁଳି, ଗୋଟିଏ ବନ୍ଧୁକ ତିଆରି କାରଖାନା, ବଜ୍ରକାପ୍ତା ଛାଲ, ନଗଦ 2ଲକ୍ଷ 95 ହଜାର ଟଙ୍କା, ମୋବାଇଲ ଫୋନ, ବନ୍ୟପ୍ରାଣୀ ମୃତଦେହ, ମାଂସ ଆଦି ଜବତ କରାଯିବା ସହିତ 21 ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା ।

ତେବେ ଏହାରି ଭିତରେ ଦ୍ୱିତୀୟ ପର୍ଯ୍ୟାୟ ସର୍ଚ୍ଚ ଅପରେସନ ଜାରିଥିବାବେଳେ ପୁଣି ଥରେ ଶିମିଳିପାଳ ପାଦ ଦେଶରୁ 71 ଟି ଦେଶୀ ବନ୍ଧୁକ ଜବତ କରିଛି ପୋଲିସ । ଜିଲ୍ଲା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+