Get Updates
Get notified of breaking news, exclusive insights, and must-see stories!

ଗାୟକଙ୍କୁ ଦେଇଥିଲେ ନକଲି ନୋଟ୍, ପୋଲିସ୍ କରିଦେଲା ପର୍ଦ୍ଦାଫାସ୍

ବଲାଙ୍ଗୀର: ଅଷ୍ଟ ପ୍ରହରୀ ନାମଯଜ୍ଞରେ ଗାୟକଙ୍କୁ ଡାକିଥିଲେ । ପାଉଣା ବାବଦକୁ ଦେଇଥିଲେ ନକଲି ନୋଟ୍ । ଗାୟକଙ୍କୁ ନକଲି 500 ଟଙ୍କିଆ ନୋଟ ଦେବା ଦୁଇ ଜଣଙ୍କୁ ମହଙ୍ଗା ପଡ଼ିଛି । ଏହା ପରେ ବନ୍ଧା ହେଲେ ଅଭିଯୁକ୍ତ ଓ ତାର ସହଯୋଗୀ ।

ବଲାଙ୍ଗୀର ପାଟଣାଗଡ଼ରେ ଏପରି ଏକ ନକଲି ନୋଟ୍ କାରବାରର ପର୍ଦ୍ଦାଫାସ୍ ହୋଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ପାଟଣାଗଡ଼ ଥାନା ଭଇଷା ଗାଁର ବରୁଣ ପାନୁଆନ ଏବଂ ଦେଓଗାଁ ଥାନା ବୁଡ଼ାବାହାଲ ଗାଁର ରୋହିତ ବସ୍ତିଆ ।

fake note

ସୂଚନା ଅନୁସାରେ, ଗତ 2 ଦିନ ତଳେ ଭଇଷା ଗାଁରେ ଅଷ୍ଟ ପ୍ରହରୀ ନାମଯଜ୍ଞ ଚାଲିଥିଲା । ଏହି ସମୟରେ ଜଣେ ଗାୟକ ନାମଯଜ୍ଞରେ ଗୀତ ଗାଉଥିଲେ । ବରୁଣ ପାନୁଆନ ସେଠାରେ ଉପସ୍ଥିତ ଥିଲେ । ଗାୟକଙ୍କ ଗୀତ ତାଙ୍କୁ ଭଲ ଲାଗିଥିଲା । ସେ ଖୁସିରେ ତାଙ୍କୁ 2ଟି 500 ଟଙ୍କିଆ ନୋଟ୍ ଦେଇଥିଲେ । ଘରେ ଯାଇ ଦେଖିଲା ବେଳକୁ 2ଟି 500 ଟଙ୍କା ନକଲି ଥିଲା । ଏନେଇ ଗାୟକ ଜଣଙ୍କ ଘଟଣା ବିଷୟରେ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଥିଲେ ।

ସରପଞ୍ଚ ଏନେଇ ପାଟଣାଗଡ଼ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଖୋଳତାଡ଼ ଆରମ୍ଭ କରିବା ସହ ବରୁଣ ପାନୁଆନଙ୍କୁ ଉଠାଇ ଆଣି ପଚରାଉଚରା କରିଥିଲା । ପୋଲିସ ଆଗରେ ବରୁଣ ସବୁ ଗୁମର ଖୋଲିଥିଲେ । ଏହି ଘଟଣା ତା ସହଯୋଗୀ ରୋହିତ ସଂପୃକ୍ତ ଥିବା ବରୁଣ ପୋଲିସକୁ କହିଥିଲେ । ପରେ ପୋଲିସ ରୋହିତ ଓ ବରୁଣଙ୍କ ଘରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ 274 ଟି 500 ଟଙ୍କିଆ ନୋଟ୍ ଜବତ କରିଥିଲା ।ଏହାର ମୂଲ୍ୟ 1 ଲକ୍ଷ 37 ହଜାର ଟଙ୍କା ହେବ । ଏହାସହ କମ୍ପୁଟର ଓ ପ୍ରିଣ୍ଟର ମଧ୍ୟ ଜବତ କରିଛି ପୋଲିସ୍ । ପୋଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଓ ଏହି ଚେର କେଉଁଠିକି ଲମ୍ବିଛି ତାର ତଦନ୍ତ କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+