ପାର୍ବଣ ଋତୁରେ ଆକ୍ସ ମୋଡ୍ ରେ କମିଶନରେଟ୍ ପୋଲିସ୍, ରାତି ଅଧିଆ ବାର୍, କ୍ଲବ୍ ଉପରେ ଚଢାଉ
ଭୁବନେଶ୍ୱର: ପାର୍ବଣ ଋତୁରେ ଆକ୍ସନ ମୋଡ୍ ରେ କମିଶନରେଟ୍ ପୋଲିସ୍ । ପୂଜା ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସମ୍ଭାଳିବା ଏବଂ ଅପରାଧ କୁ ରୋକିବା ନେଇ ପଦକ୍ଷେପ ନେଉଛି ପୋଲିସ୍ । ଏ ନେଇ ଗତକାଲି ରାତି ଅଧିଆ ବିଭିନ୍ନ ବାର୍, କ୍ଲବ୍ ଓ ପବ୍ ରେ କରିଥିଲା ଚଢାଉ । ଚନ୍ଦ୍ରଶେଖରପୁର ଓ ପଟିଆ ଅଞ୍ଚଳରେ ବିଳମ୍ବିତ ରାତି ଯାଏଁ ବାର୍, କ୍ଲବ୍ ଖୋଲାଥିବା ଦେଖିବାକୁ ମିଳିଛି ।
କଟକ ରୋଡରେ ଥିବା ପେଣ୍ଟାଗନ, ଆଲିଶାନ, ମହାନ୍ତି ବାର, ଏକାମ୍ର ବାର, ଦିପାଳି ବାରକୁ ଏହି କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ନିୟମ ଉଲଙ୍ଘନ କରି ଟଙ୍କା ଉଡାଉଥିବା ନେଇ ପ୍ରମାଣ ପାଇଛି ଅବକାରୀ ବିଭାଗ ।

ନିୟମ ଉଲଂଘନକାରୀ ବାର ଗୁଡିକରେ ଚଢାଉ କରିଛି ପୋଲିସ । ପ୍ରାୟ ନାଇଟ କ୍ଲବ ଓ ପବ ରାତି ପ୍ରାୟ 2.30 ପର୍ଯ୍ୟନ୍ତ ଖୋଲା ରହୁଥିବା ପୋଲିସ ନଜରକୁ ଆସିଛି । ଏମ୍ବାସି ସହ ମିଡଲଟନ, ବିବିଆଇ ମଧ୍ୟ ରାତି 2.30 ମିନିଟ୍ ପର୍ଯ୍ୟନ୍ତ ଖୋଲା ରଖୁଥିବା ପୋଲିସର ନଜରକୁ ଆସିଛି ।
ଶନିବାର ବିଳମ୍ବିତ ରାତିରେ କମିଶନରେଟ୍ ପୋଲିସର ସ୍ପେଶାଲ୍ ଟିମ୍ ରାଜଧାନୀର ଚନ୍ଦ୍ରଶେଖରପୁର, ପଟିଆ, କଟକ ରୋଡ, ମଞ୍ଚେଶ୍ୱର, ଇନଫୋଷିଟୀ ଅଞ୍ଚଳରେ ଥିବା ସମସ୍ତ ବାର, ନାଇଟ କ୍ଳବ୍, ପବ ଉପରେ ଚଢ଼ାଉ କରାଯାଇଛି । ଟିମ୍ ରିପୋର୍ଟ ଆଧାରରେ ଖୁବଶୀଘ୍ର ସଂପୃକ୍ତ ବାର ମାନଙ୍କ ବିରୋଧରେ ଚଢାଉ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
ନିର୍ଦ୍ଧାରିତ ସମୟଠାରୁ ଅଧିକ ସମୟ ଧରି ଅନେକ ବାର୍ ଖୋଲାଥିବା ଦେଖିବାକୁ ମିଳିଛି । ପ୍ରାୟ ଏଭଳି ସବୁ ସ୍ଥାନରେ ରାତି 1.30 ମିନିଟ୍ ଯାଏଁ 'ଲେଟ୍ କ୍ଲୋଜିଂ ପରମିସନ୍' ପାଇଥିବା ସତ୍ତ୍ୱେ ଅନେକ ନାଇଟ୍ କ୍ଲବ୍, ପବ୍ ଏବଂ ଡ୍ୟାନ୍ସ ବାରରେ ଗ୍ରାହକମାନେ ରାତି 2.30 ଯାଏଁ ଥିବା ଦେଖିବାକୁ ମିଳିଥିଲା ।
ପାର୍ବଣ ଋତୁରେ ରାଜଧାନୀରେ ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣ କରିବା ଓ ଅଘଟଣକୁ ରୋକିବା ପାଇଁ ଏହି ସ୍ୱତନ୍ତ୍ର ଅଭିଯାନକୁ ଆହୁରି କଡ଼ାକଡ଼ି କରାଯିବ ଏବଂ ଯେଉଁ ବାର୍ ଓ ନାଇଟ୍ କ୍ଲବ୍ ଏହି ନିୟମକୁ ଉଲ୍ଲଙ୍ଘନ କରୁଥିବା ଜଣାପଡ଼ିବ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ପୋଲିସ୍ ।












Click it and Unblock the Notifications