ଜଗା ଦର୍ଶନ ପାଇଁ ନେଉଥିଲେ ହାତଗୁଞ୍ଜା, ନିଲମ୍ବନ ହେଲେ ସିପାହୀ

ପୁରୀ: ଶ୍ରୀମନ୍ଦିରରେ ଜଗା ଦର୍ଶନ ପାଇଁ ପଶ୍ଚିମ ଦ୍ୱାର ପଟେ ଯିବାକୁ ଲାଞ୍ଚ ନେଉଥିଲେ ସୁରକ୍ଷା କର୍ମୀ । ଏହି ସମୟର ଫଟୋ ବାଇରାଲ ହେବା ପରେ ସିପାହୀଙ୍କୁ ଚାକିରି ହରାଇବାକୁ ପଡ଼ିଛି । ଭକ୍ତଙ୍କଠାରୁ ଲାଞ୍ଚ ନେଉଥିବା ଅଭିଯୋଗରେ OSAP ର ଭାରତୀୟ ରିଜର୍ଭ ବ୍ୟାଟାଲିୟନ (ଆଇଆରବିଏନ୍) ଯବାନଙ୍କୁ ନିଲମ୍ବନ କରାଯାଇଛି । ମନ୍ଦିର ଭିତରକୁ ଯିବା ପାଇଁ ଜଣେ ଭକ୍ତଙ୍କଠାରୁ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା ।

puri temple

ମିଳିଥିବା ସୂଚନା ଅନୁସାରେ, ମନ୍ଦିରକୁ ଆସୁଥିବା ଭକ୍ତଙ୍କ ଠାରୁ ପଶ୍ଚିମ ଦ୍ୱାରରେ ଆଇଆରବିଏନ୍ ନିୟୋଜିତ ଯବାନ ଶୁଭାଶୀଷ ଦାସ ଲାଞ୍ଚ ନେଉଥିଲେ । ମନ୍ଦିର ପ୍ରଶାସନର କଟକଣା ଅନୁଯାୟୀ, ଭକ୍ତମାନଙ୍କୁ କେବଳ ପୂର୍ବ ଫାଟକ ଦେଇ ମନ୍ଦିରରେ ପ୍ରବେଶ କରିବାକୁ ଅନୁମତି ଅଛି । କିନ୍ତୁ ପଶ୍ଚିମ ଦ୍ୱାର ଦେଇ ଯିବାକୁ ସେ ଭକ୍ତଙ୍କ ଠାରୁ ଲାଞ୍ଚ ନେଇଥିଲେ ।

ଏହି ସମୟର ଭିଡିଓରେ ଦେଖିବାକୁ ମିଳିଛି, ପଶ୍ଚିମ ଦ୍ୱାରରେ ଜଣେ ଭକ୍ତ ଯବାନଙ୍କୁ କିଛି ଟଙ୍କା ଦେଇ ମନ୍ଦିର ଭିତରକୁ ଯିବାକୁ ଅନୁମତି ନେଉଛି । ଏହି ଭିଡିଓ ଭାଇରାଲ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଅନ୍ୟ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ଏହି ଘଟଣା ପରେ ପୁରୀ ଏସପି କାନୱାର ବିଶାଲ ସିଂ ଯବାନଙ୍କୁ ନିଲମ୍ବନ କରିବା ସହ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+