ମୋଦୀଙ୍କ ଗସ୍ତ ପୂର୍ବରୁ ନବ ନିର୍ମାଣ କୃଷକ ସଂଗଠନ ରାଜ୍ୟ ସହ ସମ୍ପାଦକଙ୍କୁ ଉଠାଇ ନେଲା ପୋଲିସ୍
ଯାଜପୁର: ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଗସ୍ତ ସମୟରେ ଯାଜପୁର ଜିଲ୍ଲା ଚଣ୍ଡିଖୋଲର ବେଣାପୁରଠାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଏଥିସହ ସେଠାରେ ଆୟୋଜିତ ବିରାଟ ସାଧାରଣ ସଭାରେ ଉଦବୋଧନ ଦେବେ ।
ପ୍ରଧାନମନ୍ତ୍ରୀ ମୋଦୀ ମାସକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଓଡ଼ିଶା ଆସୁଛନ୍ତି । ଆଜି ସେ ଓଡ଼ିଶାରେ ପ୍ରାୟ 3 ଘଣ୍ଟା ରହିବେ ।

ଏହା ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏହି ସମୟରେ ନବ ନିର୍ମାଣ କୃଷକ ସଂଗଠନ ରାଜ୍ୟ ସହ ସମ୍ପାଦକ ନିମାଇଁ ରାୟଙ୍କୁ ଉଠାଇ ନେଇଛି ପୋଲିସ । ତାଙ୍କ ବରୀ ବାସଭବନରୁ ପୋଲିସ୍ ଉଠାଇନେଇଥିବା ଜଣାଯାଇଛି । ସେ ବିଭିନ୍ନ ସମୟରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ବିରୋଧ କରି ଆସୁଥିବା କାରଣରୁ ତାଙ୍କୁ ପୋସ ଉଠାଇନେଇଥିବା କୁହାଯାଉଛି । ଏପରିକି ମୋଦୀଙ୍କ ସଙ୍ଗଠନ ପକ୍ଷରୁ ବିରୋଧ କରାଯିବ ବୋଲି କୁହାଯାଇଥିଲା ।
ପ୍ରଧାନମନ୍ତ୍ରୀ ମୋଦୀ ତେଲେଙ୍ଗାନା ଗସ୍ତ ଶେଷ କରି ଅପରାହ୍ନ 2.40 ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ବାୟୁସେନାର ଏମଆଇ-17 ହେଲିକପ୍ଟରରେ ସିଧାସଳଖ ଚଣ୍ଡିଖୋଲର ବେଣାପୁର ସଭାସ୍ଥଳକୁ ଯିବେ । ସେଠାରେ 3.3. ରୁ 4 ଟା ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ । ପ୍ରାୟ 19 ହଜାର 600 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ଏହା ସହ ଓଡ଼ିଶା ପାଇଁ ଅନ୍ୟ କିଛି ସ୍ୱତନ୍ତ୍ର ଘୋଷଣା କରିବାର ସମ୍ଭାବନା ରହିଛି ।
ଏହାପରେ ପାଖରେ ଥିବା ଏକ ପଡ଼ିଆରେ ଆୟୋଜିତ 'ମୋଦି ଗ୍ୟାରେଣ୍ଟି' ବିଶାଳ ସଭାରେ ବିଜେପିର ହଜାର ହଜାର ନେତା, କର୍ମୀ, ସମର୍ଥକ ଓ ଶୁଭେଚ୍ଛୁଙ୍କୁ ସମ୍ବୋଧିତ କରିବେ । ଜନସଭା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଜେପି ପକ୍ଷରୁ ଜୋରଦାର ପ୍ରୟାସ ରହିଛି । ସେଠାରୁ ପୁଣି ଥରେ ବାୟୁସେନାର ହେଲିକପ୍ଟରରେ ଭୁବନେଶ୍ୱର ବିମାନ ବନ୍ଦରକୁ ଆସିବେ । ପ୍ରାୟ 5.50 ମିନିଟରେ ସେ କୋଲକାତା ଅଭିମୁଖେ ଯାତ୍ରା କରିବେ ।
ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତକୁ ନଜରରେ ରଖି ଭୁବନେଶ୍ୱରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ସବୁଠି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସୁରକ୍ଷା ଦାୟିତ୍ୱରେ 6ଜଣ ଅତିରିକ୍ତ ଡିସିପି, 10 ଜଣ ଏସିପି, 19ଜଣ ଇନ୍ସପେକ୍ଟର, 69 ଅଫିସର ଏବଂ 15 ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିବେ । ଏହାବ୍ୟତୀତ ଗୋଟିଏ ୟୁନିଟ୍ ଏସଟିଓ ଓ ଓଡ୍ରାଫ୍ ଟିମ୍ ମଧ୍ୟ ନିୟୋଜିତ ହେବେ ।












Click it and Unblock the Notifications