Get Updates
Get notified of breaking news, exclusive insights, and must-see stories!

ପୋଲିସ୍ କବଜାରେ ପୂଜା ମଣ୍ଡପରୁ ସୁନା ଚେନ୍ ଲୁଟେରା

ଭୁବନେଶ୍ୱର: ଦଶହରା ସମୟରେ ରାଜଧାନୀର ବିଭିନ୍ନ ପୂଜା ମଣ୍ଡପରେ ଲାଗୁଛି ଭକ୍ତଙ୍କ ଭିଡ଼ । ଏହାର ସୁଯୋଗ ନେଉଛନ୍ତି କିଛି ଲୁଟେରା । ଭିଡ଼ ଭିତରେ ହାତ ସଫେଇ କରୁଛନ୍ତି ସୁନା ଚେନ୍ ଓ ଅଳଙ୍କାର । ଏହି ଲୁଟ୍ ରେ ସାମିଲ ଥିବା କିଛି ଯୁବକ ଏବେ ଲାଗିଛନ୍ତି ପୋଲିସ୍ ହାତରେ ।

ବମିଖାଲ ପୂଜା ମଣ୍ଡପରୁ ଲୁଟ ଘଟଣାରେ ପୋଲିସ କବଜାରେ 8 ଅଭିଯୁକ୍ତ । ଲୁଟ ଉଦ୍ୟମ ବେଳେ କାବୁ କରିଛି ପୋଲିସ । ଅଟକ ଯୁବକ ବିହାରର ବୋଲି ଜଣାପଡିଛି । ଲୁଟ୍ ବେଳେ ସିସିଟିଭି ଦେଖି ବମିଖାଲ ପୂଜା ମଣ୍ଡପ କର୍ମକର୍ତ୍ତା ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ପହଞ୍ଚି 8 ଅଭିଯୁକ୍ତଙ୍କୁ ଥାନାକୁ ନେଇଛି । ସେମାନଙ୍କ ନାଁରେ ଆଉ କେଉଁଠି ମାମଲା ରହିଛି, ସେ ନେଇ ଖୋଳତାଡ଼ ଜାରି ରହିଛି ।

Lootera

ଉଲ୍ଲେଖ ଥାଉକି, ବମିଖାଲ ପୂଜା ମଣ୍ଡପ ନିକଟରୁ 4 ଜଣ ମହିଳାଙ୍କ ବେକରୁ 10 ଭରି ଲେଖାଏଁର 4 ଟି ସୁନା ଚେନ୍ ଲୁଟ୍ ହୋଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

ରବିବାର ସକାଳ ପ୍ରାୟ 10.30 ରୁ 10.45 ମଧ୍ୟରେ ବମିଖାଲ ପୂଜା ମଣ୍ଡପ ପାଖରେ ସୁନା ଚେନ୍ ଲୁଟର ଶିକାର ହୋଇଥିଲେ 4 ଜଣ ମହିଳା । ମାତ୍ର 15 ମିନିଟରେ ଚୋରି କରି ଚମ୍ପଟ ମାରିଥିବା ଅଭିଯୋଗ ହୋଇଥିଲା । ପୋଲିସର କଡ଼ା ସୁରକ୍ଷା ବଳୟ ଓ ସିସିଟିଭି ସର୍ଭିଲାନ୍ସରେ ପୂଜା ମଣ୍ଡପ ଅଞ୍ଚଳ ଥିବା ବେଳେ ଏପରି ଚୋରି ସମସ୍ତଙ୍କୁ ଚକିତ କରିଥିଲା ।

ଏନେଇ ପୋଲିସକୁ ଖବର ଦେବାପରେ ଆରମ୍ଭ ହୋଇଥିଲା ଛାନଭିନ୍ । ମହିଳା ଲୁଟେରା ଗ୍ୟାଙ୍ଗ ପୂଜା ମଣ୍ଡପକୁ ଟାର୍ଗେଟ କରି ଏଭଳି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି । ମଣ୍ଡପରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରାଯାଉଛି । ତେବେ କମିଶନରେଟ୍ ପୋଲିସ ମୁତୟନ କରିଥିବା ମହିଳା ପୋଲିସ ଉପସ୍ଥିତ ନଥିବାରୁ ଏଭଳି ଅଘଟଣ ଘଟୁଥିବା ନେଇ ଅଭିଯୋଗ ହେଉଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+