ନିଜ ଗୁଳିରେ ପ୍ରାଣ ହରାଇଲେ ଶିକାରୀ, ଅସାବଧାନତାରୁ ଚାଲିଗଲା ଜୀବନ
ଅସାବଧାନତାରୁ ନିଜ ଗୁଳିରେ ଚାଲିଗଲା ଜୀବନ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲାର ନିୟମଗିରି ପାହଡ଼ରେ ।

ରାୟଗଡ଼ା: ଜୀବନ ନେଇ ଗଲା ଶିକାର ନିଶା । ନିଜ ଗୁଳିରେ ପ୍ରାଣ ହରାଇଲେ ଶିକାରୀ । ଅସାବଧାନତାରୁ ନିଜ ଗୁଳିରେ ଚାଲିଗଲା ଜୀବନ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲାର ନିୟମଗିରି ପାହଡ଼ରେ ।
ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ କୁଲି ପଞ୍ଚାୟତର ବୁଟୁ ଜକେସିକା ଶିକାର ପାଇଁ ଯାଇଥିବା ବେଳେ ହାତରୁ ବନ୍ଧୁକ ଖସିଯାଇଥିଲା । ବନ୍ଧୁକର ଗୁଳି ତାଙ୍କ ପେଟରେ ବାଜିବାରୁ ବୁଟୁ ଗୁରୁତର ଆହତ ହୋଇଥିଲେ । ତାଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ଖବରପାଇ ପୋଲିସ ହସ୍ପିଟାଲରେ ପହଞ୍ଚିବା ପରେ ବୁଟୁଙ୍କ ଗାଁକୁ ଯାଇ କେତେଜଣଙ୍କୁ ପଚରାଉଚରା କରିଛି । ପୋଲିସ ବନ୍ଧୁକ ଜବତ କରିଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି ।












Click it and Unblock the Notifications