ଆଜି ଠୁ ଆରମ୍ଭ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା । ଆସନ୍ତା 12 ତାରିଖ ଯାଏଁ ଚାଲିବ ଏହି ପ୍ରାକ୍ଟିକାଲ ପରୀକ୍ଷା । ପରୀକ୍ଷା ଆରମ୍ଭର 30 ମିନିଟ ପୂର୍ବରୁ ପହଞ୍ଚିବାକୁ ଛାତ୍ରଛାତ୍ରୀଙ୍କୁ CHSE ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଖବର ଅନୁଯାୟୀ, ରାଜ୍ୟର ସମସ୍ତ ଯୁକ୍ତ 2 ଶିକ୍ଷାନୁଷ୍ଠାନରେ ହେବାକୁ ଥିବା ପରୀକ୍ଷାର ହେବ ଲାଇଭ ଷ୍ଟ୍ରିମିଂ । ଯୁକ୍ତ ଦୁଇ ବିଜ୍ଞାନ, କଳା ଓ ବାଣିଜ୍ୟ ପ୍ରାକ୍ଟିକାଲ ସହ ଧନ୍ଦାମୂଳକ ପାଠ୍ୟକ୍ରମର ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରତିଦିନ ଗୋଟିଏ ସିଟିଂରେ ଦିନ 10 ଟା ରୁ 1 ଟା ପର୍ଯ୍ୟନ୍ତ ହେବ ପରୀକ୍ଷା । ଫେବୃଆରୀ 16 ରୁ ଯୁକ୍ତ 2 ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ । 16 ତାରିଖରୁ ବିଜ୍ଞାନ ଓ 17 ରୁ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହେବ ।
60, 30ଏବଂ 20 ମାର୍କର ପ୍ରାକ୍ଟିକାଲ୍ ପରୀକ୍ଷା ପାଇଁ ଦିଆଯିବ 3 ଘଣ୍ଟାର ସମୟ । 15 ମିନିଟ୍ର ପରୀକ୍ଷା ପାଇଁ ଦିଆଯିବ 2 ଘଣ୍ଟା ସମୟ । ତେବେ ପରୀକ୍ଷା ଆରମ୍ଭର 30 ମିନିଟ୍ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପକ୍ଷରୁ ପରାମର୍ଶ ଦିଆଯାଇଛି । ପରୀକ୍ଷାର 15 ମିନିଟ୍ ପୂର୍ବରୁ ଆଡମିଟ୍ କାର୍ଡ ଯାଞ୍ଚ କରାଯାଇ ହଲ୍କୁ ପ୍ରବେଶ କରାଯିବ । ତେବେ ପରୀକ୍ଷାକେନ୍ଦ୍ର ପୁରା ସିସିଟିଭି ଅଧୀନରେ ରହିବ । ପରୀକ୍ଷାରେ ଅଧୀକ୍ଷକ ଭାବେ ଉକ୍ତ କଲେଜର ଅଧ୍ୟକ୍ଷଙ୍କୁ ଦାୟିତ୍ୱ ଦିଆଯାଇଛି ।
2 ରୁ 12 ତାରିଖ ମଧ୍ୟରେ ସମସ୍ତ ପ୍ରାକ୍ଟିକାଲ୍ ଓ ପ୍ରୋଜେକ୍ଟ ପରୀକ୍ଷାର ମୂଲ୍ୟାଙ୍କନ କରାଯିବ । ସିଏଚ୍ଏସ୍ଇ ପକ୍ଷରୁ ପରୀକ୍ଷା ନିୟନ୍ତ୍ରକ ନିୟୋଜନ କରାଯାଇଛି । ସିଏଚ୍ଏସ୍ଇ ଗାଇଡ୍ଲାଇନ ଅନୁଯାୟୀ, ଗୋଟିଏ ଟିମ୍ରେ 24 ଜଣ ଛାତ୍ରଛାତ୍ରୀ ରହିବେ । ଗୋଟିଏ ଦିନରେ ଜଣେ ଶିକ୍ଷାର୍ଥୀଙ୍କର 2ଟି ପ୍ରାକ୍ଟିକାଲ୍ ପରୀକ୍ଷା ହୋଇପାରିବ ନାହିଁ । ଏଥିସହ ପାନୀୟ ଜଳ ଏବଂ ପ୍ରାଥମିକ ସହାୟତା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି ।
ଚଳିତବର୍ଷ ମୋଟ 3ଲକ୍ଷ 84 ହଜାର 97 ଛାତ୍ରଛାତ୍ରୀ ପରୀକ୍ଷା ଦେବେ । କଳାରେ ସର୍ବାଧିକ 2 ଲକ୍ଷ 36 ହଜାର 425, ବିଜ୍ଞାନରେ 1 ଲକ୍ଷ 16 ହଜାର 447 ଏବଂ ବାଣିଜ୍ୟରେ 25 ହଜାର 960 ଓ ଧନ୍ଦାମୂଳକରେ 5 ହଜାର 765 ଜଣ ଛାତ୍ରଛାତ୍ରୀ ଦେବେ ପରୀକ୍ଷା । ସେଥିପାଇଁ 1150 ପରୀକ୍ଷା ସେଣ୍ଟର୍ ସହ 202 ଟି ହବ କରାଯାଇଛି । କପି ରୋକିବା ପାଇଁ ବୋର୍ଡ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ସ୍କ୍ୱାର୍ଡ ବ୍ୟବସ୍ଥାକୁ କଡାକଡି କରାଯାଇଛି । ତ୍ରିସ୍ତରୀୟ ସ୍କ୍ୱାର୍ଡ ସହ ଜିଲ୍ଲା ସ୍ତରରେ ରହିବେ ସେଣ୍ଟ୍ରାଲ ସ୍କ୍ୱାର୍ଡ । ପରୀକ୍ଷା କେନ୍ଦ୍ର ରେ ସିସିଟିଭି ଲାଗିବା ସହ ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରୁ ହେବ ଲାଇଭ ଷ୍ଟ୍ରିମିଂ ।












Click it and Unblock the Notifications