ଆଜି ଯୁକ୍ତ ଦୁଇ ନାମଲେଖା ଆବେଦନ ତାରିଖ
ଭୁବନେଶ୍ୱର: ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ତାରିଖ ଆଜି ଶେଷ ହେଉଛି । ନୂତନ ବିଜ୍ଞପ୍ତି ଅନୁସାରେ ଛାତ୍ରଛାତ୍ରୀ ମାନେ ଜୁନ୍ 30 ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ ବୋଲି କୁହାଯାଇଥିଲା । ଏହା ପୂର୍ବରୁ ଜୁନ୍ 26 ତାରିଖ ଥିଲା ଆବେଦନର ଶେଷ ତାରିଖ ।

ଏହା ପରେ ଆଡମିଶନ ପାଇବାକୁ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ପ୍ରଥମ ମେରିଟ୍ ଲିଷ୍ଟ ଜୁଲାଇ 6 ରେ ପ୍ରକାଶ ପାଇବ ଏବଂ ଜୁଲାଇ 7 ରୁ 13 ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଡମିଶନ ହେବ । ଦ୍ୱିତୀୟ ମେରିଟ୍ ଲିଷ୍ଟ ଜୁଲାଇ 19 ରେ ପ୍ରକାଶ ପାଇବ ଏବଂ ଜୁଲାଇ 22 ସୁଦ୍ଧା ଆଡମିଶନ ସମାପ୍ତ ହେବ । ସେହିପରି ସ୍ପଟ୍ ଆଡମିଶନ ଜୁଲାଇ 21 ରୁ 27 ପର୍ଯ୍ୟନ୍ତ ହେବ ।
ଛାତ୍ରଛାତ୍ରୀ ମାନେ ଷ୍ଟୁଡେଣ୍ଟ ଏକାଡେମିକ୍ ମ୍ୟାନେଜମେଣ୍ଟ ସିଷ୍ଟମ (SAMS) ପୋର୍ଟାଲ www.samsodisha.ogv.in ରେ ଅନଲାଇନରେ ଦାଖଲ କରିପାରିବେ । ଯୁକ୍ତ ଦୁଇ ପ୍ରଥମ ବର୍ଷର ପାଠପଢ଼ା ଅଗଷ୍ଟ ପହିଲାରୁ ଆରମ୍ଭ ହେବ ।












Click it and Unblock the Notifications