କାଲି ହୋଇଥିଲା ପିଲର କାମ, 24 ଘଣ୍ଟା ନ ପୁରୁଣୁ ଭୁଶୁଡ଼ିଗଲା
ନୀଳଗିରି: ବ୍ରିଜ୍ ପାଇଁ କାଲି ହୋଇଥିଲା ପିଲର୍ କାମ । ଆଜି କୁ 24 ଘଣ୍ଟା ନ ପୁରୁଣୁ ପିଲର୍ ସମ୍ପୂର୍ଣ୍ଣ ଭୁଶୁଡ଼ି ଧରାଶାୟୀ ହୋଇଯାଇଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ନୀଳଗିରିରେ ।

ନୀଳଗିରି ସନ୍ତରାଗଡ଼ିଆ ରାସ୍ତାର ଅସ୍ତିଆ ଛକରୁ ଅସ୍ତିଆ ଗାଁକୁ ସଂଯୋଗ କରୁଥିବା ରାସ୍ତା ଦେଇ ଯାଇଥିବା ସାଳନ୍ଦୀ କେନାଲ ଉପରେ ପୋଲ ନିର୍ମାଣ କରାଯାଉଛି । ଦୁଇ ମାସ ହେବ ପୋଲ କାମ ଆରମ୍ଭ ହୋଇଛି । 5 ଟି ପିଲର କାମ ସରିଥିବା ବେଳେ ଗତକାଲି ଶେଷ ତଥା 6 ନମ୍ବର ପିଲର କାମ ହୋଇଥିଲା । ହେଲେ ଗତକାଲି ତିଆରି ହୋଇଥିବା ପିଲର 24 ଘଣ୍ଟା ନପୁରଣୁ ଆଜି ସକାଳେ ଭୁଶୁଡ଼ି ପଡ଼ିଛି । ନିମ୍ନ ମାନର କାମ ଯୋଗୁଁ ପୋଲଟି ଭୁଶୁଡ଼ିପଡ଼ିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।
ଶନିବାର ରାତିରେ ବିଭାଗୀୟ ଅଧିକାରୀଙ୍କ ବିନା ଉପସ୍ଥିତରେ ଢଳେଇ ପଡିଥିବା ବେଳେ ନିମ୍ନମାନର କାର୍ଯ୍ୟ ପାଇଁ ଆଜି ଭୁଶୁଡ଼ି ପଡ଼ିଛି ବୋଲି ସ୍ଥାନୀୟ ଅଞ୍ଚଳରେ ଅଭିଯୋଗ ଉଠିଛି । ତେବେ ଏହି ଅଘଟଣରୁ କାର୍ଯ୍ୟରତ ଶ୍ରମିକମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି ।
ସ୍ଥାନୀୟ ସରପଞ୍ଚ ପୁରୁଷୋତ୍ତମ ସେଠୀ କହିଛନ୍ତି, ନିମ୍ନମାନର କାମ କରାଯାଉଛି । ରାତି ଅଧିଆ କାମ କାରାଯାଉଛି । ପ୍ରଶାସନିକ ଅଧିକାରୀ ଆସି ତଦନ୍ତ କରନ୍ତୁ । ନ ହେଲେ କୋଟ କୋଟି ଟଙ୍କା ସରକାର ଖର୍ଚ୍ଚ କରିବେ, ହେଲେ ଏହା ଲୋକଙ୍କ କାମରେ ଏହା ଲାଗି ପାରିବ ନାହିଁ ।












Click it and Unblock the Notifications