ଟ୍ରକ୍ କୁ ପିଟିଲା ପିକନିକ୍ ସାରି ଫେରୁଥିବା ସ୍କୁଲ୍ ବସ୍, 20 ଆହତ
କେନ୍ଦୁଝର: ନୂଆ ବର୍ଷ ପୂର୍ବରୁ ଖୁସି ମଜା କରିବାକୁ ଯାଇଥିଲେ ପିକନିକ୍ । ମଜାମସ୍ତି କରି ଫେରିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି ସ୍କୁଲ୍ ବସ୍ । ଏଥିରେ 20 ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିକଟରେ ଟ୍ରକକୁ ପଛରୁ ପିଟିଛି ସ୍କୁଲ ପିକ୍ନିକ୍ ବସ୍ । ଆହତଙ୍କ ମଧ୍ୟରେ ଡ୍ରାଇଭର, ଶିକ୍ଷକ ଓ ସ୍କୁଲ ପିଲା ରହିଛନ୍ତି । କେନ୍ଦୁଝର ଜିଲ୍ଲା ଆନନ୍ଦପୁରର 20ନଂ ଜାତୀୟ ରାଜପଥର ଧକୋଠା ନିକଟରେ ଏହି ଦୁର୍ଘଟଣା ଘଟିଛି । ବସରେ 50 ରୁ ଅଧିକ ସ୍କୁଲ ପିଲା ଥିଲେ ।
ତେବେ ଦୁର୍ଘଟଣା କିପରି ଘଟିଲା ତାହା ଜଣାପଡ଼ିନାହିଁ । କୁହୁଡ଼ି ନା ଅନ୍ୟ କିଛି କାରଣରୁ ଏପରି ଘଟିଲା ତା' ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଛି । ଦୁର୍ଘଟଣା ସମ୍ପର୍କରେ ଜାଣିବାକୁ ଚେଷ୍ଟା କରୁଛି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।
ସେପଟେ ସୋନପୁରରେ ଏକ ଘରୋଇ ଶିକ୍ଷାନୁଷ୍ଠା ପିକ୍ନିକ୍ ବସ୍ ମଧ୍ୟ ଦୁର୍ଘଟଣା ଘଟିଛି । ଏଥିରେ 7 ଜଣ ଆହତ ହୋଇଛନ୍ତି । ଖମ୍ବଶିରିପାଲି ନିକଟରେ ଟ୍ରକକୁ ପଛରୁ ବସ୍ଟି ଧକ୍କା ଦେଇଥିଲା । ଫଳରେ 4 ଆହତଙ୍କୁ ସୋନପୁର ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ 3 ଜଣ ଗୁରୁତରଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି । ପିକ୍ନିକ୍ ବସ୍ଟି 45 ଛାତ୍ରଛାତ୍ରୀଙ୍କୁ ନେଇ ଦେଓମାଳୀରୁ ଫେରିବା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।












Click it and Unblock the Notifications