Get Updates
Get notified of breaking news, exclusive insights, and must-see stories!

PhD Scholarship: ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଫେଲୋସିପ୍, ପିଏଚଡି ଛାତ୍ରଛାତ୍ରୀ ପାଇବେ ମାସିକ 30 ହଜାର ଟଙ୍କା

PhD Scholarship: ପିଏଚଡି କରୁଥିବା ଛାତ୍ରଛାତ୍ରୀ ତଥା ଆଶାୟୀ ପ୍ରାର୍ଥୀଙ୍କ ପାଇଁ ବଡ଼ ଖବର । ପିଏଚଡି କରୁଥିବା ଛାତ୍ରଛାତ୍ରୀ ମାସିକ ପାଇବେ 30 ହଜାର ଟଙ୍କା ଫେଲୋସିପ୍ । ମୁଖ୍ୟମନ୍ତ୍ରୀ ଫେଲୋସିପ୍ ସ୍କିମ୍ ରୁ ମିଳିବ ଏହି ବୃତ୍ତି ।

Cm fellowship scheme

ଚଳିତ ଶିକ୍ଷାବର୍ଷରୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଫେଲୋସିପ୍ ସ୍କିମ (ସିଏମଆରଆଇଏଫପି) ଛାତ୍ରବୃତ୍ତି । ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ପିଏଚଡି କରୁଥିବା ତଥା ଗବେଷଣା କରୁଥିବା ଛାତ୍ରଛାତ୍ରୀମାନେ ଏହା ଦ୍ୱାରା ଉପକୃତ ହେବେ । ଓଡ଼ିଶା ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ ଓ ଅଭିନବୀକରଣ ପ୍ରୋତ୍ସାହନ ଯୋଜନା (ଓୟୁଆରଆଇଆଇପି)କୁ ଉନ୍ନତି କରି ଏହି ଯୋଜନା କରାଯାଇଛି ।

ରାଜ୍ୟରେ ପିଏଚଡି କରୁଥିବା 300 ଛାତ୍ରଛାତ୍ରୀଙ୍କୁ ଏହି ଛାତ୍ରବୃତ୍ତି ପ୍ରଦାନ କରାଯିବ । 5 ବର୍ଷ ପର୍ଯ୍ୟନ୍ତ ଏହି ସୁବିଧା ପାଇବେ ପିଏଚଡି ସ୍କୋଲାର । ବିଜ୍ଞାନରେ ପିଏଚଡି କରୁଥିବା ପିଲାଙ୍କୁ 50 ହଜାର ଓ ସାମାଜିକ ବିଜ୍ଞାନରେ ପିଏଚଡି କରୁଥିବା ପିଲାଙ୍କୁ ବର୍ଷକୁ 30 ହଜାର ଟଙ୍କା ପ୍ରଦାନ କରାଯିବ । ଯେଉଁ ପିଏଚଡି ଧାରୀ ବିଶ୍ୱର ଶ୍ରେଷ୍ଠ 25 ଟି ଜର୍ଣ୍ଣାଲରେ ନିଜ ନିବନ୍ଧ ପ୍ରକାଶ ପାଇଁ ରିସର୍ଚ୍ଚ କରୁଥିବେ ସେମାନଙ୍କୁ 50 ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ । ଗବେଷଣା କରୁଥିବା ଛାତ୍ରଛାତ୍ରୀଙ୍କୁ ମାସିକ 30 ହଜାର ଟଙ୍କା ବୃତ୍ତି ଆକାରରେ ଦିଆଯିବ ।

ଓୟୁଆରଆଇଆଇପିରେ ପିଏଚଡି ଧାରୀଙ୍କୁ 15 ହଜାର ଟଙ୍କା ଦିଆଯାଉଥିବା ବେଳେ ଏଥିଲାଗି ନେଟ୍ ପରୀକ୍ଷା ପାସ୍ ଆବଶ୍ୟକ ହେଉଥିଲା । ମାତ୍ର ସିଏମଆରଆଇଏଫପି ଛାତ୍ରବୃତ୍ତି ଯୋଜନା ଲାଗୁ ହେବା ପରେ ଓୟୁଆରଆଇଆଇପି ଛାତ୍ରବୃତ୍ତିକୁ ବନ୍ଦ କରି ଦିଆଯିବ । ନୂଆ ଯୋଜନାରେ ଛାତ୍ରବୃତ୍ତି ପାଇଁ ନେଟ୍ ପରୀକ୍ଷା ଯୋଗ୍ୟତା ବାଧ୍ୟତାମୂଳକ ହେବ ନାହିଁ । ଏକକ ପିଏଚଡି ପରୀକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଚୟନ କରାଯିବ ।

ସ୍ନାତକ ଓ ସ୍ନାତକୋତ୍ତରରେ ପ୍ରଥମ ଶ୍ରେୀରେ ପାସ୍ କରିଥିବା ପିଲାଙ୍କୁ ପ୍ରବେଶିକା ପରୀକ୍ଷା ପାଇଁ ଅଗ୍ରାଧିକାର ଦିଆଯିବ । ଏଥିସହିତ ପିଏଚଡି ସହ ଜଡ଼ିତ ଥିବା 60 ଜଣ ଅଧ୍ୟାପକଙ୍କୁ ପ୍ରତିବର୍ଷ ଆର୍ଥିକ ସହାୟତା ପ୍ରଦାନ କରାଯିବ । ସେହିପରି ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବିଶ୍ୱବିଦ୍ୟାଳୟର ଉକ୍ରର୍ଷ କେନ୍ଦ୍ରକୁ ମଧ୍ୟ ଅନୁଦାନ ପ୍ରଦାନ କରାଯିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+