ଘାଟିରେ ଓଲଟିଲା ବସ୍: ପିଇଟି ଶିକ୍ଷକ ମୃତ, 20 ରୁ ଅଧିକ ଛାତ୍ରଛାତ୍ରୀ ଆହତ
ଉମରକୋଟ: ଘାଟିରେ ଓଲଟିଲା ବସ୍ । ଫଳରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ବେଳେ 20 ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ମୃତ ଶିକ୍ଷକ ହେଲେ ବିବେକାନନ୍ଦ ସ୍କୁଲର ପିଇଟି ଶିକ୍ଷକ ପ୍ରଭାସ କୁମାର ଜେନା ।

ମିଳିଥିବା ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଘାଟିରେ ଆଜି ଏହି ଦୁର୍ଘଟଣା ଘଟିଛି । ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ନେଇ ସ୍କୁଲ୍ ବସ୍ଟି ଚନ୍ଦାହାଣ୍ଡି କ୍ରୀଡ଼ା ଉତ୍ସବରେ ଯୋଗ ଦେବାକୁ ଯାଉଥିଲା । ଏହି ସମୟରେ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଉମରକୋଟରୁ ବିଭିନ୍ନ ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ ନେଇ ବସ୍ ଯାଉଥିଲା ବୋଲି ଜଣାପଡ଼ିଛି ।
ଆହତମାନଙ୍କୁ ଝରି ଗାଁରେ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଝରି ଗାଁ ପୋଲିସ ଘଟଣାର ତଦନ୍ତ କରିବା ସହ ତଦନ୍ତ କରୁଛି । ବସ୍ରେ 30 ଜଣ ଛାତ୍ରଛାତ୍ରୀ ଥିଲେ । ଦୁର୍ଘଟଣାଗ୍ରସ୍ତଙ୍କୁ ଉଦ୍ଧାର କରିବା ପାଇଁ 2 ଟି ଅଗ୍ନିଶମ ଟିମ୍ କୁ ପଠାଯାଇଛି ।
More From
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications