ଭୁବନେଶ୍ୱର ରାଜରାସ୍ତାରେ ଅଜବ ଦୃଶ୍ୟ, RBI ଆଗରେ ଉଡ଼ିଲା ଟଙ୍କା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ରାଜରାସ୍ତାରେ ଦେଖିବାକୁ ମିଳିଛି ଅଜବ ଦୃଶ୍ୟ । ରାସ୍ତାରେ ଉଡ଼ିଲା ବିଡ଼ା ବିଡ଼ା ଟଙ୍କା । 500, 200 ଏବଂ 100 ଟଙ୍କିଆ ନୋଟ୍ ଉଡ଼ୁଥିବା ଦେଖିବାକୁ ମିଳିଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଆରବିଆଇ ଅଫିସ ସାମ୍ନାରେ ।

ଭୁବନେଶ୍ୱର ସ୍ଥିତ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଟଙ୍କା ବଦଳି ନ କରିବାରୁ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କିଛି ଗ୍ରାହକ ଫାଟକ ଆଗରେ ନୋଟ୍ ଉଡ଼ାଇଥିଲେ । ତେବେ ସେ ନୋଟ୍ ଗୁଡ଼ିକ ଚିରାଫଟା ନୋଟ୍ ବୋଲି ଜଣାପଡିଛି ।

RBI

ଅଭିଯୋଗ ଅନୁସାରେ, ଚିରାଫଟା ଟଙ୍କାକୁ ବଦଳାଇବାକୁ କିଛି ଗ୍ରାହକ ଆରବିଆଇ ଅଫିସକୁ ଆସିଥିଲେ । ହେଲେ ବ୍ୟାଙ୍କ କର୍ତ୍ତୃପକ୍ଷ ଉକ୍ତ ଟଙ୍କା ଗ୍ରହଣ କରି ନଥିଲେ । ଫଳରେ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଖାରବେଳ ନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାହକଙ୍କୁ ବୁଝାସୁଝା କରିଥିଲା ।

ଘଟଣା ସମ୍ପର୍କରେ ପଚାରିବାରୁ ଆରବିଆଇ କର୍ତ୍ତୃପକ୍ଷ କହିଛନ୍ତି, 3 ତାରିଖରୁ ପୁରୁଣା ନୋଟ୍‌ ବଦଳ କାଉଣ୍ଟର ବନ୍ଦ ରହିଛି । ଏନେଇ ଲିଖିତ ଭାବେ କିଛି ବାହାରିନି କି ଗଣମାଧ୍ୟମରେ ଏ ସଂକ୍ରାନ୍ତୀୟ ଖବର ପ୍ରକାଶିତ ହୋଇନି । ତେଣୁ ପ୍ରତିଦିନ 2 ଶହରୁ 3 ଶହ ଶହ ଲୋକ ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ଘଣ୍ଟା ଘଣ୍ଟା ଛିଡ଼ା ହୋଇ ଫେରୁଛନ୍ତି ।
ତେବେ ରିଜର୍ଭ ବ୍ୟାଙ୍କରେ ଚିରା ଫଟା ନୋଟ୍ ବଦଳାଇବା ର ବ୍ୟବସ୍ଥା ଥିବାବେଳେ କର୍ତ୍ତୃପକ୍ଷ କାହିଁକି ଗ୍ରହଣ କରିନଥିଲେ , ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+