20 ହଜାର ଟଙ୍କା ବଦଳାଅ... 300 ଟଙ୍କା ମଜୁରୀ ନିଅ.. ବଡ଼ ବଡ଼ିଆଙ୍କ ଗୋଲାପୀ ନୋଟ୍ ବଦଳାଇବାକୁ ଲମ୍ବା ଲାଇନ୍
ଭୁବନେଶ୍ୱର: ବଡ଼ ବଡିଆଙ୍କ ଗୋଲାପୀ ନୋଟ୍ ବଦଳାଇଲେ ମିଳୁଛି ମଜୁରୀ । 20 ହଜାର ଟଙ୍କାର 2000 ଟଙ୍କା ବଦଳାଇଲେ ମିଳୁଛି 300 ଟଙ୍କା ମଜୁରୀ । ସେଥିଲାଗି ଭୁବନେଶ୍ୱର ରିଜର୍ଭ ବ୍ୟାଙ୍କ ଆଗରେ ଦେଖିବାକୁ ମିଳିଛି ଲମ୍ବା ଲାଇନ୍ । ଘଣ୍ଟା ଘଣ୍ଟା ଧରି ଲାଇନ୍ ରେ ଛିଡ଼ା ହେଉଛନ୍ତି ଲୋକ ।
ବିଶେଷ କଥା ହେଲା ଟଙ୍କା ବଦଳ କରିବାକୁ ଆସିଥିବା ଲୋକମାନଙ୍କ ମଧ୍ୟରେ ପ୍ରାୟ ରହିଛନ୍ତି ଦିନ ମଜୁରିଆ ଏବଂ ବସ୍ତି ବାସିନ୍ଦା । ବ୍ୟାଙ୍କରେ ଅକ୍ଟୋବର 7 ତାରିଖ ଯାଏଁ ଟଙ୍କା ବଦଳାଇବାର ଶେଷ ସୀମା ଥିବା ବେଳେ ଆରବିଆଇରେ ଏବେ ଏହି ଟଙ୍କା ବଦଳାଇବା ବ୍ୟବସ୍ଥା ଜାରି ରହିଛି । ତେବେ ଟଙ୍କା ବଦଳାଇବା ପାଇଁ ହଠାତ୍ ଏଭଳି ଗହଳକୁ ନେଇ ସନ୍ଦେହ ବଢିବାରେ ଲାଗିଛି । 2000 ଟଙ୍କା ଅଚଳ ହେବା ନେଇ ଆରବିଆଇ ଘୋଷମା କରିବାର ବହୁ ପୂର୍ବରୁ ବ୍ୟାଙ୍କ କିମ୍ବା ଏଟିଏମ୍ ରେ 2000 ଟଙ୍କିଆ ନୋଟ୍ ଦେଖିବାକୁ ମିଳୁନଥିଲା । କିନ୍ତୁ ହଠାତ୍ ଏତେ ପରିମାଣର 2000 ଟଙ୍କିଆ ନୋଟ୍ କେଉଁଠୁ ଆସିଲା ସେ ନେଇ ପ୍ରଶ୍ନ ଉଠୁଛି ।

ଗତକାଲି ଅଧିକାଂଶ ବସ୍ତି ବାସିନ୍ଦା ଟଙ୍କା ବଦଳ ନେଇ ଆରବିଆଇ କାର୍ଯ୍ୟାଳୟ ବାହାରେ ଲାଇନ୍ ଲଗାଇଥିଲେ । ଆଉ ଆଜି ପୁଣିଥରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି । ଏହି ଘଟଣାକୁ ନେଇ RBI ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ନିର୍ଦ୍ଦେଶକ କହିଛନ୍ତି, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାନୁଯାୟୀ, 2 ହଜାର ଟଙ୍କିଆ ନୋଟ ବଦଳ ଓ ଜମା ପାଇଁ ବ୍ୟବସ୍ଥା ଅଛି । ତେଣୁ ପ୍ରତିଦିନ ଏଠାକୁ ପାଖାପାଖି 2 କୋଟି ଟଙ୍କାର 2 ହଜାର ଟଙ୍କିଆ ନୋଟ ଆସୁଛି । ସେଥିରୁ ପ୍ରାୟ 95 ଭାଗ ବଦଳ ହେଉଛି ଓ ମାତ୍ର 5% ଜମା ହେଉଛି ।
ଟଙ୍କା ବଦଳ କରିବାକୁ ଆସିଥିବା ଲୋକ ଏ ସବୁ ତାଙ୍କର ନ ହେଲେ ମଧ୍ୟ ବଡ଼ ବଡ଼ିଆ ବାବୁଙ୍କ ଟଙ୍କା ବଦଳାଇବାକୁ ଲାଇନ ଲଗାଇଛନ୍ତି ବୋଲି ବସ୍ତିବାସିନ୍ଦା ମାନେ ପ୍ରତିକ୍ରିୟା ରଖିଛନ୍ତି । 20 ହଜାର ଟଙ୍କା ବଦଳାଇଲେ ଅସଲି ମାଲିକଙ୍କ ଠାରୁ ମିଳୁଛି 300 ଟଙ୍କା । କିଛି ବ୍ୟବସାୟୀ ଲୋକଙ୍କ ଜରିଆରେ ନୋଟ ବଦଳାଉଥିବା ଜଣାପଡିଛି । ଏପରିକି କେତେ ଲୋକ ନୋଟ୍ ଅଚଳ ହୋଇଥିବା ନେଇ ଜାଣି ନଥିବା ବୋଲି କହିଛନ୍ତି । ତେବେ ହଠାତ୍ ଆରବିଆଇ ରେ ନୋଟ୍ ବଦଳ ନେି ଖବର ପାଇବା ଏବଂ ଏତେ ପରିମାଣର 2000 ଟଙ୍କିଆ ନୋଟ୍ ସାଧାରଣ ଗରିବ ଖଟିଖିଆଙ୍କ ପାଖରେ କେଉଁଠୁ ଆସିଲା ସେ ନେଇ ପ୍ରଶ୍ନ ଉଠୁଛି ।
-
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଯୁଦ୍ଧ ଭିତରେ ବଡ ଦାବି କଲା ଇରାନ, କହିଲା ଯୁଦ୍ଧରେ ଆମେରିକାର ୨୦୦ ସହ ସୈନ୍ୟ ନିହତ ହେଲେଣି -
LPG ସିଲିଣ୍ଡରର ଅବୈଧ ଗଚ୍ଛିତ ଏବଂ କଳାବଜାରୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟସରକାରଙ୍କୁ କେନ୍ଦ୍ରର ନିର୍ଦ୍ଦେଶ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
IPL 2026 : ଇଶାନ ସନରାଇଜର୍ସର ନୂଆ କ୍ୟାପ୍ଟେନ୍ -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଇଦ ପାଇଁ ବନ୍ଦ ହେଲା ପାକିସ୍ତାନ ଓ ଆଫଗାନିସ୍ତାନ ଯୁଦ୍ଧ, ରହିଛି ଏହି ସର୍ତ୍ତ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ପ୍ରମିଳାଙ୍କୁ କଡ଼ା କାଉଣ୍ଟର କଲେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ, କହିଲେ ମିଛ ଡ୍ରାମା କରୁଛନ୍ତି ବିରୋଧୀ












Click it and Unblock the Notifications