Get Updates
Get notified of breaking news, exclusive insights, and must-see stories!

କ୍ୟାନ୍ସର ପୀଡ଼ିତ ଶିଶୁ ପାଇବେ ଚିକିତ୍ସା, ନିର୍ମାଣ ହେବ କ୍ୟାନ୍ସର ହସ୍ପିଟାଲ

ଭୁବନେଶ୍ୱର: କ୍ୟାନସର ପୀଡିତ ଶିଶୁ ପାଇବେ ଚିକିତ୍ସା । ଏ ନେଇ ରାଜ୍ୟ ସରକାର ଆଜି ଏକ ବଡ ଘୋଷଣା କରିଛନ୍ତି । ଜଟଣୀରେ କ୍ୟାନସର ପୀଡ଼ିତ ଶିଶୁଙ୍କ ଲାଗି ହସ୍ପିଟାଲ ନିର୍ମାଣ ହେବ । ପ୍ରତିଷ୍ଠା ହେବ ହୋମି ଭାବା କ୍ୟାନସର ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟର । ସେହିପରି ହସ୍ପିଟାଲ ସହ ନିର୍ମାଣ ହେବ ଏକ ଧର୍ମଶାଳା ତଥା ଗେଷ୍ଟ ହାଉସ୍‌ । ରାଜ୍ୟ ସରକାର ଆଜି ଟାଟା ମେମୋରିଆଲ ସେଣ୍ଟରକୁ ଚିଠି ଲେଖି ଏ ନେଇ ଜଣାଇଛନ୍ତି ।

cancer hospital

ଉଭୟକୁ ରାଜ୍ୟ ସରକାର ନିର୍ମାଣ କରି ଟାଟା ମେମୋରିଆଲ ସେଣ୍ଟର(ଟିଏମସି)କୁ ହସ୍ତାନ୍ତର କରିବେ । ରାଜ୍ୟ ସରକାରଙ୍କ ପକ୍ଷରୁ ଲେଖାଯାଇଥିବା ଚିଠିରେ କୁହାଯାଇଛି ଯେ ପେଡିଆଟ୍ରିକ୍ କ୍ୟାନସର ଫାସିଲିଟି ପାଇଁ 150 କୋଟି ଟଙ୍କା (ବିଲ୍ଡିଂ ପାଇଁ 80 କୋଟି ଓ ଚିକିତ୍ସା ଉପକରଣ ପାଇଁ 70 କୋଟି) ସହ 2 ଲକ୍ଷ ବର୍ଗ ଫୁଟର ଧର୍ମଶାଳା ନିର୍ମାଣରେ 120 କୋଟି ଟଙ୍କା ଖର୍ଚ୍ଚ ହେବ ।

ତେବେ ହୋମି ଭାବା କ୍ୟାନ୍ସର ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟର ନାମରେ ଏହି ହସ୍ପିଟାଲ ପରିଚିତ ହେବ । ସୂଚନା ଥାଉକି, ଆଜି ଜଟଣୀ ନାଇଜର କ୍ୟାମ୍ପସରେ ହୋମି ଭାବା କ୍ୟାନସର ହସପିଟାଲ ଓ ଗବେଷଣା କେନ୍ଦ୍ରର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହସପିଟାଲରେ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ସହ ଗବେଷଣା କରାଯିବ । 200 ଶର୍ଯ୍ୟା ବିଶିଷ୍ଟ ଏହି କ୍ୟାନ୍ସର ହସପିଟାଲ ଡିସେମ୍ବର 2025 ସୁଦ୍ଧା କାର୍ଯ୍ୟକ୍ଷମ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+