ଜଙ୍ଗଲରେ ପଡ଼ିଛି ବସ୍ତା ବସ୍ତା ପିଡିଏସ୍ ଚାଉଳ
ବାରିପଦା: ଗରିବଙ୍କ ପାଇଁ ସରକାର ଯୋଗାଉଛନ୍ତି ପିଡିଏସ୍ ଚାଉଳ । କିନ୍ତୁ ଗରିବଙ୍କ ପାଖରେ ପହଞ୍ଚି ପାରୁନି । ଗରିବଙ୍କ ଦାନା ମାରି ବାଟମାରଣା ହେଉଛି ରାସନ ସାମଗ୍ରୀ । ଏହାର ଏକ ନଗ୍ନଚିତ୍ର ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଉଦଳାରର ବହୂବନ୍ଧ ଜଙ୍ଗଲରେ । ଜଙ୍ଗଲ ଭିତରେ ପଡ଼ିଛି ବସ୍ତା ବସ୍ତା ପିଡିଏସ୍ ଚାଉଳ । ପାଖାପାଖି 30 ବସ୍ତା ଚାଉଳ ପଡ଼ିଥିବା ଦେଖିବାକୁ ମିଳିଛି ।

ଏଭଳି ବସ୍ତା ବସ୍ତା ଚାଉଳ ପଡିଥିବାର ଦେଖିବା ପରେ ରାସନ ବାଟମାରଣାକୁ ନେଇ ଆଲୋଚନା ହେଉଛି । କୁହାଯାଉଛି କି, ପିଡିଏସ ଚାଉଳକୁ ଏଠାରେ ଲୁଚାଇ ରଖାଯାଇଥାଇ ପାରେ । ଏହି ଚାଉଳକୁ ଜଙ୍ଗଲର ବିଭିନ୍ନ ସ୍ଥାନରେ ଲୁଚାଇ ରଖାଯାଇଛି । ଏନେଇ ଗ୍ରାମବାସୀ ଦୁଇଜଣଙ୍କୁ ଅଟକ ରଖିଛନ୍ତି ।
ପିଡିଏସ୍ ଚାଉଳ ବସ୍ତାଗୁଡିକ ଜଙ୍ଗଲର କେବଳ ଗୋଟିଏ ସ୍ଥାନରେ ନୁହେଁ ବରଂ ଜଙ୍ଗଲର ବିଭିନ୍ନ ସ୍ଥାନରେ ଲୁଚାଇ ରଖାଯାଇଥିବା ଦେଖିବାକୁ ମିଳିଛି । ଏହି ପିଡିଏସ୍ ଚାଉଳ ନିକଟସ୍ଥ ମିଲରୁ କେହି ଚୋରି କରି ନେଇ ବିକ୍ରି ନିମନ୍ତେ ଲୁଚାଇ ରଖିଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଚାଉଳ କେଉଁଠୁ ଆସିଲା ଓ କୁଆଡେ ଯିବାର ଥିଲା ତାହାର ଖୋଳତାଡ ଆରମ୍ଭ କରିଛି ।












Click it and Unblock the Notifications