ମେ’ରୁ ରାଜ୍ୟ ସରକାରଙ୍କ କଲରାପତରିଆ ବାଘ ଗଣନା
ମେ'ରୁ ରାଜ୍ୟ ସରକାରଙ୍କ କଲରାପତରିଆ ବାଘ ଗଣନା କହିଲେ ପିସିସିଏଫ୍ । NTCA ରିପୋର୍ଟରେ ବାଘ ସଂଖ୍ୟା କମିବା ପରେ ବନ ବିଭାଗର ନିଷ୍ପତ୍ତି ନେଇଛି । NTCA ରିପୋର୍ଟ ତର୍ଜମା କରାଯାଉଛି, ସେଥିରେ ତ୍ରୁଟି ଥିବା ଜଣାପଡ଼ୁଛି ।

ଏହାକୁ ରାଜ୍ୟ ସ୍ତରରେ ସଂଶୋଧନ କରାଯିବ କହିଲେ ପିସିସିଏଫ୍। ବହୁତ କମ୍ ଅଞ୍ଚଳ କଭର କରିଥିବାରୁ ଆକଳନ ଏକପାଖିଆ ହୋଇଛି ।
୨୦୧୮ ଗଣନା ଅନୁସାରେ ଓଡ଼ିଶା ଜଙ୍ଗଲରେ ୭୬୦ଟି କଲରାପତରିଆ ବାଘ ଥିଲେ । ୨୦୨୨ରେ ଏହି ସଂଖ୍ୟା ୫୬୮କୁ ଖସିଆସିଛି । ତେବେ ସାରା ଦେଶରେ କଲରାପତରିଆ ବାଘ ସଂଖ୍ୟା ୨୦୧୮ର ୧୨ ହଜାର ୮୫୨ ରେକର୍ଡ ହୋଇଥିବା ବେଳେ, ୨୦୨୨ରେ ଏହା ୧୩ ହଜାର ୮୭୪କୁ ବୃଦ୍ଧି ପାଇଛି । ଅର୍ଥାତ୍, ଦେଶରେ ୪ବର୍ଷରେ ୯୮୨ କଲରାପତରିଆ ବଢ଼ିଛନ୍ତି । ରିପୋର୍ଟ ଅନୁସାରେ କେନ୍ଦ୍ରୀୟ ଭାରତରେ ସର୍ବଧିକ ୮୮୨୦ ବାଘ ରହିଥିବା ବେଳେ ପଶ୍ଚିମାଘାଟରେ ୩୫୯୬, ଶିବାଲିକ୍ ରେଞ୍ଜ୍ରେ ୧୧୦୯ ଓ ଉତ୍ତର-ପୂର୍ବାଞ୍ଚଳରେ ୩୪୯ କଲରାପତରିଆ ବାଘ ରହିଥିବା ଜଣାପଡିଛି ।












Click it and Unblock the Notifications