Get Updates
Get notified of breaking news, exclusive insights, and must-see stories!

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ମିଳିଲାନି ଆମ୍ବୁଲାନ୍ସ, ଟ୍ରଲିରେ ବୁହା ହେଲେ ରୋଗୀ

ସୋନପୁର : ସ୍ୱାସ୍ଥ୍ୟ ବିଭାଗ ପ୍ରତି ସରକାର ଯଥେଷ୍ଟ ଧ୍ୟାନ ଦେଉଥିବା ବେଳେ ଖୋଦ୍ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଦେଖିବାକୁ ମିଳିଛି କରୁଣ ପରିସ୍ଥିତି । ଆମ୍ବୁଲାନ୍ସ ନ ମିଳିବାରୁ ଟ୍ରଲିରେ ବୁହା ହେଲେ ରୋଗୀ । ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଜିଲ୍ଲା ସୋନପୁରର ବିନିକା ରୁ ଆସିଛି ଏପରି ଦୃଶ୍ୟ ।

Niranjan Pujari-Sonepur

ଟ୍ରଲିରେ ବୁହା ହୋଇ ଆସିଥିବା ରୋଗୀ ଜଣକ ହେଲେ ହାଲୁ ନାଏକ । ସେ କାମ କରୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ । କିଛି ଲୋକ ସାହାଯ୍ୟ କରିବାକୁ ଆସି 108 ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । କିନ୍ତୁ ଆମ୍ବୁଲାନ୍ସ ନ ଆସିବାରୁ ଉପାୟଶୂନ୍ୟ ହୋଇ ଟ୍ରଲିରେ ଡାକ୍ତରଖାନା ଆଣିଥିଲେ ।ଟାଉନହଲ ନିକଟକୁ 1085 ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ଅନୀଲ ମାହାର ନାମକ ଜଣେ ବ୍ୟକ୍ତି ଟ୍ରଲିରେ ଆହତଙ୍କୁ ବିନିକା ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏପରିକି ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+