ରାଜ୍ୟବାପୀ ଭୋଟର ସଚେତନତା କାର୍ଯ୍ୟକ୍ରମ, ରାଜଧାନୀରେ ପଥ ଉତ୍ସବର ଶୁଭାରମ୍ଭ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ଭୋଟର ସଚେତନତା ପାଇଁ ରାଜ୍ୟବାପୀ ଆରମ୍ଭ ହୋଇଛି ପଥ ଉତ୍ସବ । ଭୋଟରଙ୍କୁ ସଚେତନ କରିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ଆୟୋଜନ କରାଯାଇଛି ପଥ ଉତ୍ସବ । ଭୁବନେଶ୍ୱର ଜନପଥରେ ମଧ୍ୟ ପଥ ଉତ୍ସବ କରାଯାଇଛି । ଏହା ସହ ରାଜ୍ୟର ସମସ୍ତ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ କରାଯାଇ ନୂତନ ଭୋଟର ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସଚେତନ କରାଯାଇଛି ।

patha utshav

ଏହି ପଦଯାତ୍ରାରେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ, ଖୋର୍ଦ୍ଧା ଜିଲ୍ଲା ନିର୍ବାଚନ ଅଧିକାରୀ ସୁଦର୍ଶନ ଚକ୍ରବର୍ତ୍ତୀ ଉପସ୍ଥିତ ରହି ଏହାର ଶୁଭାରମ୍ଭ କରିଛନ୍ତି । ଏହି ବିଶାଳ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ 17 ବର୍ଷରୁ ଅଧିକ ବୟସର ଛାତ୍ର ଛାତ୍ରୀ, BLO ଏବଂ ନାଗରିକ ଯୋଗ ଦେଇଥିଲେ ।

ନିର୍ବାଚନ ପ୍ରକ୍ରିୟା ସମ୍ବନ୍ଧୀୟ ବିଷୟ ଉପରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଭୋଟର ପଞ୍ଜୀକରଣ ପାଇଁ କିଓସ୍କ, ମତଦାନ ବୁଥ୍ର ପ୍ରତିକୃତି, ଇଭିଏମ୍ ସଚେତନତା ଶିବିର, କୁଇଜ୍, ରେଙ୍ଗୋଲି ଆଦି ଆୟୋଜିତ ହୋଇଛି ।

ସମସ୍ତ ଜିଲ୍ଲା ମୁଖ୍ୟାଳୟ, ଉପ-ବିଭାଗୀୟ ମୁଖ୍ୟାଳୟ ଏବଂ ପୌରସଂସ୍ଥା ନିଗମରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ମଧ୍ୟ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । 17 ବର୍ଷରୁ ଅଧିକ ନାଗରିକଙ୍କ ପଞ୍ଜୀକରଣ କରିବାକୁ ପ୍ରୋତ୍ସାହିତ କରିବା ସହ ନିର୍ବାଚନରେ ଅଂଶଗ୍ରହଣ ମାଧ୍ୟମରେ ଗଣତନ୍ତ୍ରକୁ ଆହୁରି ସୁଦୃଢ କରିବା ରହିଛି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ।

ରାମ ମନ୍ଦିରଠୁ ମାଷ୍ଟରକ୍ୟାଣ୍ଚିନ୍ ପର୍ଯ୍ୟନ୍ତ ରାସ୍ତାକୁ ସୁସଜ୍ଜିତ କରାଯାଇଛି । ମୋ ଭୋଟ ମୋ ସମ୍ମାନ ସହିତ ନୂଆ ଭୋଟରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ଏହି ଅବସରରେ ଏକ ପଦଯାତ୍ରାର ଆୟୋଜନ ମଧ୍ୟ କରାଯାଇଛି ।

ସୂଚନାଥାଉକି, 2024 ନିର୍ବାଚନ ପୂର୍ବରୁ ଶେଷ ଥର ଲାଗି ଭୋଟର ତାଲିକା ସଂଶୋଧନ ପାଇଁ 27 ଅକ୍ଟୋବରରୁ ପ୍ରକ୍ରିୟା ଆରମ୍ଭ ହୋଇଛି । 2023 ଡ଼ିସେମ୍ବର 9 ଯାଏଁ ଭୋଟରମାନେ ଆବେଦନ କରିପାରିବେ । 2024 ଜାନୁଆରୀ ପହିଲା ସୁଦ୍ଧା ଯେଉଁମାନଙ୍କର ବୟସ 18 ବର୍ଷ ହୋଇଥିବ ସେମାନଙ୍କର ନାମ ଭୋଟର ତାଲିକାରେ ରହିପାରିବ । ଅନଲାଇନ୍ ଓ ଅଫ ଲାଇନ ରେ ଆବେଦନ ହୋଇପାରିବ । ଅଧିକ ସହାୟତା ପାଇଁ 1905 କୁ କଲ କରିପାରିବେ । ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ଅନଲାଇନରେ ଆବେଦନର ବ୍ୟବସ୍ଥା ହୋଇଛି ।

ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବ୍ଲକ, ତହସିଲ ଓ ବୁଥ ସ୍ତରୀୟ ଅଧିକାରୀଙ୍କୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି ।2023 ଜାନୁଆରୀ 5 ରେ ପ୍ରକାଶିତ ଚୂଡ଼ାନ୍ତ ଭୋଟର ତାଲିକା ଅନୁଯାୟୀ, ଓଡ଼ିଶାରେ ବୁଥ ସଂଖ୍ୟା ଥିଲା 37 ହଜାର 606 । ଜିଲ୍ଲାପାଳମାନଙ୍କ ପ୍ରସ୍ତାବ ଆଧାରରେ ବୁଥ ସଂଖ୍ୟା ବଢ଼ି 37 ହଜାର 809 ରେ ପହଞ୍ଚିଛି । ଗତବର୍ଷ ପ୍ରକାଶିତ ଚୂଡ଼ାନ୍ତ ଭୋଟର ତାଲିକା ଅନୁଯାୟୀ, 2023 ଜାନୁଆରୀ ପହିଲା ସୁଦ୍ଧା ରାଜ୍ୟରେ ମୋଟ ଭୋଟର ସଂଖ୍ୟା ଥିଲା 3 କୋଟି 23 ଲକ୍ଷ 52 ହଜାର 119 । ଶେଷ ସଂଶୋଧନ ସୁଦ୍ଧା ରାଜ୍ୟର ଭୋଟର ସଂଖ୍ୟା 3 ଲକ୍ଷ 03 ହଜାର 094 ବା 0.94 ପ୍ରତିଶତ ବଢି 3 କୋଟି 26 ଲକ୍ଷ 55 ହଜାର 213 ରେ ପହଞ୍ଚିଛି ।

ମହିଳା ଓ ଯୁବ ଭୋଟର ଙ୍କୁ ତାଲିକାରେ ଯୋଡ଼ିବାକୁ ଅଧିକ ଫୋକସ ଦିଆଯାଇଛି । ଏବର୍ଷ ର ସଂଶୋଧିତ ତାଲିକା ଅନୁଯାୟୀ ତୃତୀୟ ଲିଙ୍ଗୀ ଭୋଟରଙ୍କ ସଂଖ୍ୟା 3 ହଜାର 224 ରୁ 3 ହଜାର 406 କୁ ବୃଦ୍ଧି ପାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+